ଶପଥ ନେଲେ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ : ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବରେ ଶପଥ ନେଲେ ଦ୍ରୌପଦୀ । ସଂସଦଭବନରେ ଦ୍ରୌପଦୀ ମୁର୍ମୁଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଲେ ସୁପ୍ରମିକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏନ.ଭି.ରମଣା । ଶପଥ ସମୟରେ ସଂସଦ ଭବନରେ ଉପସ୍ଥିତ ଥିଲେ ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଏମ.ଭେଙ୍କେୟା ନାଇଡ଼ୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଦେଶର ମହାନ ମାନ୍ୟଗଣ୍ୟ ବ୍ୟକ୍ତିତ୍ୱ ।

ଏହି ଅବସରରେ ଦ୍ରୌପଦୀ ସମସ୍ତଙ୍କୁ ଜୁହାର୍‌ କରି ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ । ସେ କହିଥିଲେ, “ଦେଶର ସର୍ବକନିଷ୍ଠ ରାଷ୍ଟ୍ରପତି ଭାବରେ ମୁଁ ନିଜକୁ ସୌଭାଗ୍ୟ ମନେକରୁଛି । ଓଡ଼ିଶାର ଏକ ଛୋଟ ଆଦିବାସୀ ଗାଁରୁ ଆରମ୍ଭ କରିଥିଲି ରାଜନୈତିକ ଜୀବନ । ମୁଁ ହେଉଛି ଗାଁର ପ୍ରଥମ କଲେଜ୍‌ ଯାଇଥିବା ଝିଅ’ । କାଉନସିଲରରୁ ରାଷ୍ଟ୍ରପତି ହେବାର ସୌଭାଗ୍ୟ ମତେ ମିଳିଛି” । ସମସ୍ତ ସାଂସଦ ଓ ବିଧାୟକଙ୍କୁ କୃତଜ୍ଞତା ଜଣାଇଲେ ମହାମହିମ ମୁର୍ମୁ । ପୁଣି କହିଲେ ସ୍ବାଧିନତାର ୭୫ ବର୍ଷ ପୂରଣ ଅବସରରେ ମତେ ନୂଆ ଦାୟୀତ୍ବ ମିଳିଛି । ଦେଶର ସ୍ବାଧିନତା ପରେ ଜନ୍ମ ନେଇଥିବା ମୁଁ ହେଉଛି ପ୍ରଥମ ରାଷ୍ଟ୍ରପତି । ଲୋକତନ୍ତ୍ରର ଶକ୍ତି ହିଁ ଆଜି ମତେ ଏଠାରେ ପହଞ୍ଚାଇଛି । ଦେଶର ନାଗରିକଙ୍କୁ ବିନମ୍ରତାର ସହିତ ଅଭିନନ୍ଦନ ଜଣାଉଛି । ନୂଆ ଦାୟିତ୍ୱ ପାଇଁ ସୌଭାଗ୍ୟ ମନେ କରୁଛି” ।

Leave A Reply

Your email address will not be published.

fifteen − ten =