oom

କଳା, ସଂସ୍କୃତି, ଐତିହ, ପରମ୍ପରା, କୀର୍ତ୍ତିରାଜୀର ସଂରକ୍ଷଣ ଓ ସୁରକ୍ଷା ପାଇଁ ଏକ ଜରୁରୀ ବୈଠକ ଅନୁଷ୍ଠିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଯାଦବ ଭବନଠାରେ ବଲାଙ୍ଗିର ସହରର କଳା, ସଂସ୍କୃତି, ଐତିହ, ପରମ୍ପରା, କୀର୍ତ୍ତିରାଜୀର ସଂରକ୍ଷଣ ଓ ସୁରକ୍ଷା ପାଇଁ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ପଶ୍ଚିମ ଓଡ଼ିଶାର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଲୋକ କଳାକାର ଶ୍ରୀରାମ ଲୁହାରଙ୍କ ନିଧନରେ ଦୁଇ ମିନିଟ୍‌ ନିରବ ପ୍ରାର୍ଥନା କରାଯିବା ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଆବାହକ ପ୍ରଶାନ୍ତ ମହାକୁରଙ୍କ ଆବାହକତ୍ୱରେ ସାମ୍ବାଦିକ ବିଭୁ କଲ୍ୟାଣ ଗଡ଼ତ୍ୟା ଜରୁରୀ ବୈଠକର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ଜ୍ଞାପନ କରିଥିଲେ । ବୈଠକରେ କୋଶଳ କଳାମଣ୍ଡଳର ସୁରକ୍ଷା ପାଇଁ ଜିଲାପାଳଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଯିବ । ଲୋକକଳା ଓ ଲୋକ କଳାକାରମାନଙ୍କ ପାଇଁ ବର୍ଷ ତମାମ ବ୍ୟବହାର ଉପଯୋଗୀ, ଜିଲ୍ଲା ଲାଇବ୍ରେରୀକୁ ଠିକଣା ଭାବେ ପରିଚାଳନା ଓ ଏଠାରୁ ପାଣି ନିଷ୍କାସନ ଦାବୀ ସମ୍ପର୍କରେ ଆଲୋକପାତ କରାଯାଇଥିଲା । କମିଟି ପକ୍ଷରୁ ବଲାଙ୍ଗିର ସହର ଓ ଜିଲାର ବିଭିନ୍ନ ଐତିହସ୍ଥଳୀ, କୀର୍ତ୍ତିରାଜୀ ତଥା କଳା ଓ ସଂସ୍କୃତିର ଉତ୍‌ଥାନ ପାଇଁ ସଚେତନ ନାଗରିକ ଭାବେ କାର୍ଯ୍ୟ କରିବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ବଲାଙ୍ଗିର କୋଶଳ କଳାମଣ୍ଡଳ ରହିଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟକ୍ରମେ ସହରର ଏଲ ଏଣ୍ଡ ଏସ୍‌ କ୍ଲବ, ମହିଳା କ୍ଲବ, ପୌରପାଳିକା କାର୍ଯ୍ୟାଳୟ ପାଖରେ ଥିବା ପାଟଣା ଶାସନ ସମୟର ଗମ୍ବୁଜ, ଦଳଗଞ୍ଜନ ପ୍ରେସ, ରାଜଶ୍ରୀ ଧର୍ମଶାଳା ପ୍ରଭୃତିର ସୁରକ୍ଷା ସମ୍ପର୍କରେ ଆଲୋଚନା କରାଯାଇଥିଲା । ବୈଠକରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ସଙ୍ଗୀତ ଗୁରୁ ମୁରଲିଧାରୀ ପତି, ଚଳଚିତ୍ର ନିର୍ଦ୍ଦେଶକ ଓ କଳାକାର ହିମାଂଶୁ ଖମାରୀ, ସଙ୍ଗଠକ ଜୟକୃଷ୍ଣ ମିଶ୍ର, ସାମାଜିକ କର୍ମୀ ଅଙ୍କୁଶ ପାଣ୍ଡିଆ, କବି ଅର୍ଜୁନ ସାହୁ, ନଟରାଜ କଳାପରିଷଦର କୋଷାଧ୍ୟକ୍ଷ କିଶୋର ଜାଲ, ଲୋକ କଳା ସଙ୍ଗଠକ ଅଷ୍ଟମୀ ବଗର୍ତ୍ତୀ, ଘାସିରାମ ଦୀପ, ବଜରଙ୍ଗ ବଗର୍ତ୍ତୀ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.