p purohi

ବଲାଙ୍ଗିର ଜିଲ୍ଲା କଳାକାର ସଂଘ ତରଫରୁ ଶ୍ରୀରାମ ଲୁହାରଙ୍କୁ ଶ୍ରଦ୍ଧାଞ୍ଜଳି

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଳାକାର ସଂଘ ତରଫରୁ ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ସ୍ୱର୍ଗତ ଶ୍ରୀରାମ ଲୁହାରଙ୍କ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ଭିମରାଓ ଆମ୍ବେଦକର ପାଠାଗାରଠାରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ କଣ୍ଠଶିଳ୍ପୀ ନବୀନ କୁଅଁର ସ୍ୱର୍ଗତ ଲୁହାରଙ୍କ ଫଟୋଚିତ୍ରରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଆରମ୍ଭ କରିଥିଲେ । ଓଡିଶାର ସଙ୍ଗୀତ କ୍ଷେତ୍ରରେ ଶ୍ରୀରାମ ଲୁହାର ଜଣେ ବିଚକ୍ଷଣ ପ୍ରତିଭା ଥିଲେ ବୋଲି ଶ୍ରୀ କୁଅଁର ନିଜର ବକ୍ତବ୍ୟରେ କହିଥିଲେ । ଶ୍ରଦ୍ଧାଞ୍ଜଳି ସଭାରେ କଳାକାରମାନେ ଶ୍ରୀ ଲୁହାରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କର ସ୍ମୃତିଚାରଣ କରିଥିଲେ । କାର୍ଯ୍ୟକ୍ରମରେ କଣ୍ଠଶିଳ୍ଫୀ ନବୀନ କୁଅଁର, ବିକାଶ ଷଡଙ୍ଗୀ, ବିଶିକେଶନ ନାଗ, କ୍ଷିରୋଦ୍ର କୁମାର ବରିହା, ଗୋଲାପ ପଧାନ, ଦିଲିପ ଦୀପ, ଶିବା ବରିହା, ଟିସୁରାଜ ସାଏ, ଗଜମଣୀ ବାଗ, ନବୀନ ବେହେରା, ଜପ ମୁଗ୍ରୀ, ଦିବାନ ନନ୍ଦ, ନବ କୁମାର ସାହୁ, ବ୍ୟାସଦେବ ପୁରୋହିତ, ବିକାଶ ବାଗ, ପବିତ୍ର ନାଗ, ରାନୁ ନାଏକ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମଟିକୁ ରିକୁ ରାଜ ନନ୍ଦ ପରିଚାଳନା କରିଥିବା ବେଳେ ଲକ୍ଷ୍ମୀକାନ୍ତ ନାଗ ଧନ୍ୟବାଦ ଦେଇଥିଲେ ।

nrusinghnath
Leave A Reply

Your email address will not be published.