ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ସୋମବାର ଦିନ ଶ୍ରୀ ଜଗନ୍ନାଥ ଡିଗ୍ରୀ ମହାବିଦ୍ୟାଳୟ ରମ୍ଭା ସଭା ଗୃହ ପରିସରରେ ନିର୍ଦ୍ଧାରିତ କାର୍ଯ୍ୟସୂଚି ଅନୁସାରେ ଅଧ୍ୟକ୍ଷ ଅଭିମନ୍ୟୁ ସାହୁଙ୍କ ଅଧ୍ୟକ୍ଷତାରେ ଏକ ବିଦାୟକାଳୀନ ସଭା ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ସାମାଜସେବୀ ସୁବାଷ ଚନ୍ଦ୍ର ପଣ୍ଡା, ଯୁକ୍ତ ୨ ଅଧ୍ୟକ୍ଷ ପ୍ରସାଦ ରାଓ ପୃଷ୍ଟି, ଶିକ୍ଷା ବିଭାଗର ଅଧ୍ୟାପିକା ଗୌରୀ ବଳବନ୍ତରାୟ ଏବଂ ଶିକ୍ଷା ବିଭାଗ ଅଧ୍ୟାପକ ଗଣେଷ ବେହେରା ପ୍ରମୁଖ ମଞ୍ଚାସୀନ ହୋଇ ଉପସ୍ଥିତ ଛାତ୍ର ଛାତ୍ରୀଙ୍କୁ କିଛି ମାର୍ଗଦର୍ଶନ ଦେବା ସହ ଦିଗଦର୍ଶନ ଦେଇଥିଲେ । ତତ ସଙ୍ଗେ ସଙ୍ଗେ ଛାତ୍ର ଛାତ୍ରୀମାନେ ଶିକ୍ଷାର ଆବଶ୍ୟକତା ଓ ଅନାବଶ୍ୟକତାକୁ ଅପଚୟ ନ କରି ଠିକ ମାର୍ଗ ଦେଇ ଗତି କଲେ ଭବିଷ୍ୟତରେ ତାଙ୍କର ଫଳାଫଳର ସ୍ୱାଦ ଚାଖି ପାରିବେ ବୋଲି ଦର୍ଶାଇ ଥିଲେ । ପାଠ ସାଙ୍ଗକୁ ନିୟୁଜ ପେପର, ମେଗାଜିନ ଓ କିଛି ବହିର୍ଗତ ଜ୍ଞାନ ଆହରଣ କରି ବିଭିନ୍ନ ପ୍ରତିଯୋଗିତାରେ ସାମିଲ ହେବା ପାଇଁ ପରାମର୍ଶ ଦେଇଥିଲେ । ଶେଷରେ ଯୁକ୍ତ ୩ ଦ୍ୱିତୀୟ ବର୍ଷର କଳା ଛାତ୍ର ଛତ୍ରୀମାନେ ଯୁକ୍ତ ୩ କଳା ଛାତ୍ର ଛାତ୍ରୀମାନଙ୍କୁ ଉପହାର ସହ ସ୍ମରଣୀୟ ରଖିବା ପାଇଁ ବିଦାୟ ଜଣାଇଥିଲେ । କାର୍ଯ୍ୟକ୍ରମକୁ କାର୍ଯ୍ୟରତ ଅଧ୍ୟାପକ ଅଧ୍ୟାପିକା ଓ ସମସ୍ତ କର୍ମଚାରୀ ସଞ୍ଚାଳନରେ ସହଯୋଗ କରିଥିଲେ । ପରିଶେଷରେ ଅନ୍ତିମ ସଙ୍ଗୀତ ଗାନ କରି ସଭା ସାଙ୍ଗ କରିଥଲେ ।