oom

ସମସ୍ୟାରେ ଜର୍ଜରିତ ଦକ୍ଷିଣ ରାଉରକେଲା : କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡୁ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ବହୁ ସମସ୍ୟାରେ ଜର୍ଜରିତ ଦକ୍ଷିଣ ରାଉରକେଲା । ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାପାଇଁ ଦାବୀ କରାଯାଇଛି । ଅଭିଯୋଗ ଅନୁଯାୟୀ ଦକ୍ଷିଣ ରାଉରକେଲାର ରାସ୍ତାଘାଟର ଅବସ୍ଥା ଭଲ ନାହିଁ, ୩ ବର୍ଷ ହେଲା ଡ୍ରେନ ସଫା ହେଉ ନାହିଁ, ବିଦ୍ୟୁତ୍ ଥରେ ଗଲେ ୧୬ ଘଣ୍ଟା ଧରି ସମଗ୍ର ସାରନଗରୀ ଅନ୍ଧାର ରହୁଛି, ପାଣିର ଅନିୟମିତତା, ସକାଳେ ପାଣି ଆସିଲେ, ସନ୍ଧ୍ୟାରେ ନାହିଁ, କୋଉଠୁ ପ୍ରେସର ନ ଥିବାରୁ ୧୦ ମିନିଟ୍ ପାଣି ଆସିବ, ପୁଣି ବନ୍ଦ ହେଇଯିବ । ମେଡ଼ିକାଲରେ ବରିଷ୍ଠ ନାଗରିକ ପାଇଁ ମାସିକିଆ ଔଷଧ ମିଳୁନାହିଁ, ସାଲାଇନ ମିଳୁନାହିଁ, ଅଭିଜ୍ଞ ଡାକ୍ତର ପୂର୍ବରୁ ଆସୁଥିଲେ । ବର୍ତ୍ତମାନ ୬ ମାସରୁ ଅଧିକ ହେବ ଆଉ ଆସୁନାହାନ୍ତି । ବୁଷ୍ଟର ଡୋଜ ଅନ୍ୟ ସବୁଠି ଦିଆଯାଉଥିବା ବେଳେ ଏ ଅଞ୍ଚଳରେ ତାହା ବନ୍ଦ ଅଛି । ମଶା ଔଷଧ ପୂର୍ବରୁ ଡ୍ରେନରେ ପକାଯାଉଥିଲା ଓ ମଶା ଧୁଆଁ ଦିଆଯାଉଥିଲା । ତାହା କରୋନା ପରଠାରୁ ସବୁ ବନ୍ଦ ଅଛି । ସି ବ୍ଲକରେ ପାଣି ପାଇପ୍ ବସାଯାଉଥିଲେ ମଧ୍ୟ ତାହା ଅଧା ବାଟରେ ପାଇପ୍ ନ ଥିବାରୁ କାର୍ଯ୍ୟ ବନ୍ଦ ଅଛି । ଏ ସମ୍ପର୍କରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ସାକ୍ଷାତ କରି ଲିଖିତ ଆକାରରେ ଜଣାଇଥିଲେ ମଧ୍ୟ ଫଳ ଶୂନ । ଦକ୍ଷିଣ ରାଉରକେଲା ଅବସରପ୍ରାପ୍ତ ସେଲ କର୍ମଚାରୀ ସଂଘର ୪୯ତମ ଅଧିବେଶନରେ ଏସବୁ ଆଲୋଚନା କରାଯାଇ ସଂଘ ତରଫରୁ ଘୋର କ୍ଷୋଭ ପ୍ରକାଶ ପାଇଥିଲା । କାର୍ଯ୍ୟକାରୀ ସଭାପତି ଚାନ୍ଦମଣି ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଆଲୋଚନାରେ ସର୍ବଶ୍ରୀ ଗୌରାଙ୍ଗ ଦାଶ, ଏଲିଆସ ଟେଟେ ମୁରଲି ଗୌଡ଼, ସୁଧାକର ମଲ୍ଲିକ, ବିଷ୍ଣୁ ନାୟକ, ଉଦିତ ଅମାତ, ଅନନ୍ତ ହୋତା ପ୍ରମୁଖ ଅଂଶଗ୍ରହଣ କରି ସମସ୍ୟାର ସମାଧାନ ପାଇଁ ସଂଘର ଏକ ୧୦ଜଣିଆ ଦଳ ଶୀଘ୍ର ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ସାକ୍ଷାତ କରି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରାଯିବ ବୋଲି ମତପ୍ରକାଶ ପାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ବୈଠକରେ ସର୍ବଶ୍ରୀ ବଂଶୀଧର ନାୟକ, ହାରାଧନ ସିଂହ, ରାହାସବିହାରୀ ଧଳ, ସୁଧୀର ଶର୍ମା, ରଘୁନାଥ ସେଠୀ, ଟି ଏନ୍ ରାଓ, ଜି ସି ମୂଳିଆ, ଗଣେଶ ବେହେରା, ଶରତ ଚୌଧୁରୀ, ଏସ କେ ପରିଡା, କେ ମଲ୍ଲିକ ପ୍ରମୁଖ ଯୋଗଦେଥିଲେ । ପରିଶେଷରେ ସୁଧାକର ମଲ୍ଲିକ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.