ଶୌଚ କରିବାକୁ ଯାଇଥିବା ବେଳେ ପାଣିରେ ବୁଡି ଯୁବକ ମୃତ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ପଞ୍ଚାୟତ ଅନ୍ତର୍ଗତ କୁର୍ଲୁମାଲ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଗାଁ ପୋଖରୀରେ ଜଣେ ବ୍ୟକ୍ତି ପାଣିରେ ବୁଡି ମୃତ୍ୟୁ ବରଣ କରିଛନ୍ତି । ସୂଚନା ଅନୁଯାୟୀ କୁର୍ଲୁମାଲ ଗ୍ରାମର ଅନ୍ତର୍ଯ୍ୟାମୀ ବରିହା(୨୫) ଗୁରୁବାର ସନ୍ଧ୍ୟା ସାତଟା ସମୟରେ ସ୍ଥାନୀୟ ପୋଖରୀ ପଟେ ଶୌଚ କରିବା ପାଇଁ ଯାଇ ଘରକୁ ଫେରି ନ ଥିଲେ । ଘର ଲୋକେ ଖୋଜା ଖୋଜି କରିବାରୁ ପୋଖରୀ କୂଳରେ ଅନ୍ତର୍ଯ୍ୟାମୀର ଚପଲ ଥିଲା କିନ୍ତୁ ତାଙ୍କୁ ପାଇନଥିଲେ । ପରେ ପାଣି ଭିତରକୁ ଯାଇ ଖୋଜିବାରୁ ତାଙ୍କ ଶରୀର ପାଣିରେ ବୁଡି ଯାଇଥିଲା । ତାଙ୍କୁ ଉଦ୍ଧାର କରି ଖପ୍ରାଖୋଲ ଡାକ୍ତରଖାନାକୁ ଆଣିଥିଲେ ସେଇଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ଖବର ପାଇ ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁଙ୍କ ନିର୍ଦ୍ଦେଶ କ୍ରମେ ଥାନାରେ କାର୍ଯ୍ୟରତ ଏଏସ୍‌ଆଇ ଗୋପାଳକୃଷ୍ଣ କୁମୁରା ଖପ୍ରାଖୋଲ ଡାକ୍ତରଖାନାରେ ପହଞ୍ଚି ଶବକୁ ଜବତ କରିଥିଲେ । ଏନେଇ ଖପ୍ରାଖୋଲ ଥାନା କେସ ନଂ ୬/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଛି ଏବଂ ଘଟଣାର ତଦନ୍ତ ଚାଲିଥିବା ଥାନାଧିକାରୀ ପ୍ରକାଶ କରିଛନ୍ତି । ମୃତକର ବାପା ଉଦେକର ବରିହାଙ୍କ କହିବା ଅନୁଯାୟୀ ତାଙ୍କ ପୁଅ ମୂର୍ଚ୍ଛା ରୋଗରେ ପୀଡିତ ଥିଲେ ।

Leave A Reply

Your email address will not be published.