ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ନୃଶଂସ ସ୍ୱାମୀ

କରଞ୍ଜିଆ : ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ସାଲେଇବେଡା ବିସ୍ଥାପିତ ବସ୍ତିରେ ସାମାନ୍ୟ ମାଂସ ତରକାରୀ ରନ୍ଧାକୁ ନେଇ ନିଜ ସ୍ତ୍ରୀକୁ ସ୍ୱାମୀ ପିଟି ପିଟି ହତ୍ୟା କରିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ସ୍ୱାମୀ ଗିରିଶ ଦେହୁରୀ ଏବଂ ସ୍ତ୍ରୀ ଭୁଲି ଦେହୁରୀଙ୍କ ମଧ୍ୟରେ ସାମାନ୍ୟ ମାଂସ ତରକାରୀ ରନ୍ଧାକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିଲା । ଏଥିରେ ଗିରିଶ ରାଗିଯାଇ ସ୍ତ୍ରୀ ଭୁଲିଙ୍କୁ ଏକ ଲୁହା ପାଇପରେ ପିଟି ପିଟି ହତ୍ୟା କରିଥିଲା । ଶନିବାର ସକାଳୁ ସକାଳୁ ଘଟଣା ଜଣାପଡିବା ପରେ ଠାକୁରମୁଣ୍ଡା ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଗିରିଶଙ୍କୁ ଅଟକ ରଖି ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।

Leave A Reply

Your email address will not be published.