ପାୟଲର ରଥ ସଜାସଜି କାର୍ଯ୍ୟକ୍ରମ ଆସନ୍ତାକାଲି

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ନୃତ୍ୟାନୁଷ୍ଠାନ ପାୟଲର ରଥ ସଜାସଜି କାର୍ଯ୍ୟକ୍ରମ ଆସନ୍ତାକାଲି ୧୦ ତାରିଖ ଦିନ ସେକ୍ଟର ୩ ଜଗନ୍ନାଥ ମନ୍ଦିରଠାରେ କରାଯିବ ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ଏନେଇ ସେକ୍ଟର ୨ ସ୍ଥିତ ପାୟଲ କାର୍ଯ୍ୟାଳୟଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଧ୍ୟକ୍ଷା ଗୁରୁ କେତକୀ ଭଟ୍ଟାଚାର୍ଯ୍ୟ ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ ୧୯୮୫ ମସିହାରୁ ପାୟଲ ସୃଷ୍ଟି ହୋଇ ଚଳିତ ବର୍ଷ ୩୭ ବର୍ଷରେ ପଦାର୍ପଣ କରିଛି । ବିଗତ ଦୁଇ ବର୍ଷ କରୋନା ପାଇଁ କାର୍ଯ୍ୟକ୍ରମ ବନ୍ଦ ରହିଥିଲା । ତେବେ ଚଳିତବର୍ଷ ପିଲାମାନଙ୍କ ମଧ୍ୟରେ ଅନ୍ତର୍ନିହିତ ଗୁଣକୁ ବିକଶିତ କରିବା ପାଇଁ ରଥ ସଜାସଜି କାର୍ଯ୍ୟକ୍ରମ କରାଯିବ । ପୂର୍ବରୁ ଏଭଳି କାର୍ଯ୍ୟକ୍ରମ ରାଉରକେଲାରେ ହୋଇନଥିବା ବେଳେ ଚଳିତବର୍ଷ ଏଥିରେ ଭାଗ ନେଉଥିବା ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯିବ । ପ୍ରତିଯୋଗିତାରେ ଶ୍ରେଷ୍ଠ ବିବେଚିତ ହୋଇଥିବା ପ୍ରତିଯୋଗୀଙ୍କୁ ଅନୁଷ୍ଠାନ ତରଫରୁ ପ୍ରୋତ୍ସାହନ ଯୋଗାଇ ଦିଆଯିବ । ସେହିପରି ଆସନ୍ତା ଅକ୍ଟୋବର ୯ ତାରିଖ ଦିନ ରାଉରକେଲା କ୍ଲବଠାରେ ଅପରାହ୍ନ ୩ଟା ବେଳେ ଚିତ୍ରାଙ୍କନ ପ୍ରତିଯୋଗିତା ଓ ୧୫ ତାରିଖ ଦିନ ବାର୍ଷିକୋତ୍ସବରେ କୌତୁକ ପୋଷାକ ଓ ନୃତ୍ୟ
ପ୍ରତିଯୋଗିତା ଆୟୋଜନ କରାଯାଇ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ । ତେବେ ଆସନ୍ତାକାଲି ୧୦ ତାରିଖ ରଥ ସଜାସଜି କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ସାଧାରଣ ସଂପାଦକ କୃଷ୍ଣଲାଲ ଭଟ୍ଟାଚାର୍ଯ୍ୟ, ସହ ସଂପାଦକ ଡାକ୍ତର ପୂଜା ପତି, ସୋନା ଚୌଧୁରୀ, ରିମି ଚକ୍ରବର୍ତ୍ତୀ ଓ ରେଖା ଗୁପ୍ତା ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଡା ପୂଜା ପତି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.