ବିଛୁବାହାଲି ଗ୍ରାମରେ ଜମିଜମା ଗଣ୍ଡଗୋଳକୁ କେନ୍ଦ୍ର କରି ଦୁଇ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ବିଛୁବାହାଲି ଗ୍ରାମରେ ଜମିଜମା ଗଣ୍ଡଗୋଳକୁ କେନ୍ଦ୍ର କରି ଦୁଇ ଜଣ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ରାତି ପ୍ରାୟ ୮ ଟା ସମୟରେ ବିଛୁପାଲି ଗ୍ରାମର ରୁଦ୍ରମଣି ମାଝୀ ଓ ଜଳନ୍ଧର ମାଝୀ ଘରେ ଥିବା ସମୟରେ ଏହି ଗ୍ରାମର କିଛି ବ୍ୟକ୍ତି ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ତେବେ ଆକ୍ରମଣରେ ରୁଦ୍ରମଣି ଓ ଜଳନ୍ଧରଙ୍କ ହାତ ଓ ମୁଣ୍ଡରେ ଗଭୀର ଆହତ ହୋଇଥିବାରୁ ତାଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲରେ ଭର୍ତ୍ତି କରିଥିବା ଜଣାପଡିଛି ।

Leave A Reply

Your email address will not be published.