pakka

ଖଦ୍ୟୋତର ଷଷ୍ଠ ବାର୍ଷିକ ଉତ୍ସବ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଖଦ୍ୟୋତର ଷଷ୍ଠ ବାର୍ଷିକ ଉତ୍ସବ ମଣ୍ଟେଶ୍ୱରୀ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସଂପାଦକ ଆକୁଳ ବେହେରା ବାର୍ଷିକ ବିବରଣୀ ପାଠ କରିଥିଲେ । ବାର୍ଷିକ ଉତ୍ସବରେ ଅନୁଷ୍ଠିତ ଚିତ୍ରାଙ୍କନ, ଡିବେଟ, ସଙ୍ଗୀତ, ଡେନ୍ସରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଉତ୍ସବରେ ମୁଖ୍ୟ ଅତିଥି ଡା. ପୂର୍ଣ୍ଣଚନ୍ଦ୍ର ସାହୁ, ସମ୍ମାନିତ ଅତିଥି ମଣ୍ଟେଶ୍ୱରୀ ପବ୍ଲିକ ସ୍କୁଲର ଅଧ୍ୟକ୍ଷ ରବିଚନ୍ଦ୍ର ଉଦ୍‌ଗାତା, ମୁଖ୍ୟ ବକ୍ତା କବି ଶୁଭ୍ରାଂଶୁ ଶେଖର ପଣ୍ଡା, ଉପସଭାପତି ରବିଚନ୍ଦ୍ର ପଶାୟତ ପ୍ରମୁଖ ମଂଚାସୀନ ଥିଲେ । ଆନନ୍ଦ ବଡପଣ୍ଡା ସଭା ସଂଯୋଜନା କରିଥିଲେ । ବିଚାରକ ଭାବେ ଡା. ପ୍ରେମଚାନ୍ଦ ମହାନ୍ତି, ବରିଷ୍ଠ ସଦସ୍ୟ ଦିବାକର ହୋତା ଉପସ୍ଥିତ ରହି କୃତି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଉପଲକ୍ଷେ ସଂଗଠକ ନାରାୟଣ ପାଢୀ ଓ ସାମ୍ବାଦିକ ରାଜୀବ ଷଡଙ୍ଗୀଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ଚିତ୍ରାଙ୍କନ ପ୍ରତିଯୋଗିତାରେ ସ୍ମିତି ଉଦ୍‌ଗାତା ପ୍ରଥମ, ସିନିୟର ଆୟୁଷ କୁମାର ଠାକୁର, ଦିବ୍ୟାଙ୍ଗି କ୍ଷେତି, ଡେନ୍ସରେ ଆନନ୍ଦିତା ପଟ୍ଟନାୟକ, ଶ୍ରେୟାଂଶ ଯୋଷୀ, ଜୁନିୟର ନୈତିକ ନୟନ ଦାଶ, ଫେନ୍ସି ଡ୍ରେସରେ ସମର୍ପିତାଙ୍କୁ ପୁରସ୍କୃତ କରାଯାଇଥିଲା । ସଂଗୀତରେ ପୌଲମି ଯୋଷୀ ପ୍ରଥମ ହୋଇଥିଲେ । ଶେଷରେ ଦୁର୍ଯ୍ୟୋଧନ ପଶାୟତ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

16 − fifteen =