pakka

ରେଳ ଧକ୍କାରେ ଦମ୍ପତିଙ୍କ ମୃତ୍ୟୁ

bbehera

ଯାଜପୁର : ପୂର୍ବତଟ ରେଳବାଇ ଅଧୀନ କୋରେଇ ଥାନା ଅନ୍ତର୍ଗତ ବୈତରଣୀ ରୋଡ ରେଳଷ୍ଟେସନର ରେଳ ଧକ୍କାରେ ସ୍ୱାମୀ ସ୍ତ୍ରୀଙ୍କର ମୃତ୍ୟୁ ଘଟିଛି । ମୃତ ଦମ୍ପତ୍ତି ହେଲେ କୋରେଇ ବ୍ଲକ ବରୁଣ୍ଡେଇ ଗାଁର ଆଶୁତୋଷ ସିହ୍ନା ଓ ତାଙ୍କ ସ୍ତ୍ରୀ ଲକ୍ଷ୍ମୀପ୍ରିୟା ସିହ୍ନା । ସୂଚନା ଅନୁସାରେ ଆଶୁତୋଷ ଏବଂ ତାଙ୍କ ସ୍ତ୍ରୀ ଲକ୍ଷ୍ମୀପ୍ରିୟା ବାରିପଦାରେ ରହୁଥିବା ବେଳେ ଦୁର୍ଗାପୂଜା ପାଇଁ ନିଜ ଘରକୁ ଆସୁଥିଲେ । ବାଲେଶ୍ୱରରୁ ଇଷ୍ଟକୋଷ୍ଟ ଏକ୍ସପ୍ରେସ ଯୋଗେ ଆସି ବୈତରଣୀରୋଡ ରେଳଷ୍ଟେସନରେ ଓହ୍ଲାଇଥିଲେ । ମାତ୍ର ରେଳଧାରଣା ଅତିକ୍ରମ କରି ପ୍ଲାଟଫର୍ମ ଉପରକୁ ଚଢ଼ୁଥିବା ବେଳେ ଡାଉନ୍ ଲାଇନରେ ଆସୁଥିବା ମୁଜାଫରପୁର ଏକ୍ସପ୍ରେସ ଉଭୟକୁ ଧକ୍କାଦେଇଥିଲା । ଫଳରେ ଘଟଣା ସ୍ଥଳରେ ସ୍ୱାମୀ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିଲା । ରେଳବାଇ ପୋଲିସ୍ ଓ ଆରପିଏଫ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛନ୍ତି । ଏହି ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

jay balangir
Leave A Reply

Your email address will not be published.

thirteen − four =

error: Content is protected !!