
ଭୁବନେଶ୍ୱର, (କେପିଏନ୍ଏସ୍) : ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା’ କାର୍ଯ୍ୟକ୍ରମ ଜରିଆରେ ନୂଆପଡ଼ାର ଲୋକମାନଙ୍କୁ ସୁପର ସ୍ପେଶାଲିଟି ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ଜିଲ୍ଲାରେ ସ୍ଵତନ୍ତ୍ର ଚିକିତ୍ସା ଶିବିର ଆରମ୍ଭ ହୋଇଛି । ୫ଜଣିଆ ବରିଷ୍ଠ ବିଶେଷଜ୍ଞ ଡାକ୍ତରୀ ଦଳ ଜିଲ୍ଲା ଗସ୍ତ କରି ବହୁ ଜଟିଳ ସ୍ୱାସ୍ଥ୍ୟ ସମସ୍ୟାର ଚିକିତ୍ସା ସୁବିଧା ଯୋଗାଇ ଦେଉଛନ୍ତି ।ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।