
ଭୁବନେଶ୍ୱର, (କେପିଏନ୍ଏସ୍) : ଚଳିତ ମାସ ୬ ତାରିଖରୁ ୮ଜଣିଆ ବିଶେଷଜ୍ଞ ଦଳ ଜିଲ୍ଲା ଗସ୍ତ କରି ରୋଗ ନିରୂପଣ ଓ ନିଦାନ ସେବା ଉପଲବ୍ଧ କରାଉଛନ୍ତି । ଉପାନ୍ତ ଓ ଦୁର୍ଗମ ଅଞ୍ଚଳବାସୀଙ୍କୁ ସର୍ବୋତ୍ତମ ଚିକିତ୍ସା ସୁବିଧା ଯୋଗାଇବା ପାଇଁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ପୂର୍ବରୁ ମାଲକାନଗିରି ଓ କଳାହାଣ୍ଡି ଜିଲ୍ଲା ସାମିଲ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।