csstore

ଅଚ୍ୟୁତାନନ୍ଦ ଉଦ୍‌ଗାତାଙ୍କ ପରଲୋକରେ ଶୋକସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜନଜୀବନରେ ବେଶ୍‌ ଜଣାଶୁଣା କବି, ଲେଖକ, ଜ୍ୟୋତିର୍ବିଦ, ଅଭିନେତା ଓ ନିର୍ଦ୍ଦେଶକ ଅଚ୍ୟୁତାନନ୍ଦ ଉଦ୍‌ଗାତାଙ୍କ ପରଲୋକରେ ଏବଂ ସର୍ବ ଭାରତୀୟ ବ୍ରାହ୍ମଣ ମହାସଭାର ଉପସଭାପତି ତଥା ଅଖିଳ ଓଡିଶା ବ୍ରାହ୍ମଣ ମହାସଭାର ପୂର୍ବତନ ସଭାପତି ପଣ୍ଡିତ ଜୟକୃଷ୍ଣ ଦାସଶର୍ମାଙ୍କ ଟିକ୍ରାପଡା ଜଗନ୍ନାଥ ମନ୍ଦିରରେ ପୂଜ୍ୟ ପୂଜା ସେବା ସଂଗଠନ ତରଫରୁ ବିଶିଷ୍ଟ ଶିକ୍ଷାବିତ ଗିରିଜା ଶଙ୍କର ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଗଭିର ଶୋକ ପ୍ରକାଶ କରାଯାଇଛି । ଉକ୍ତ ସଭାରେ ସ୍ୱର୍ଗତ ଶ୍ରୀ ଉଦ୍‌ଗାତା ଜଣେ ନିଷ୍ଠାପର ବ୍ୟାଙ୍କ ଅଫିସର ଥିଲେ ତଥା ବଲାଙ୍ଗିରର ବିଭିନ୍ନ ସାମାଜିକ ସାଂସ୍କୃତିକ ଅନୁଷ୍ଠାନରେ ସକ୍ରୀୟ ସଭ୍ୟ ରହି ବିଭିନ୍ନ ଉନ୍ନତିମୂଳକ କାମ କରିଛନ୍ତି ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଉକ୍ତ ସଭାରେ ଅମର ଆତ୍ମାର ସଦ୍‌ଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା ପରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ଆଇନଜିବୀ ଜୟରାମ ମିଶ୍ର, ଧର୍ମବ୍ରତ ରଥ, ଡା. ଅଶୋକ କୁମାର ସେଠି, କପିଳ ପତି, ସଂଗଠକ ମଧୁ ସାହୁ, କସ୍ତୁରୀ ରଥ, କବିତା ମିଶ୍ର ଓ ମଦନ ମୋହନ ରଥ, ହୃଷିକେଶ ପୁରୋହିତ, ଚୁଡେନ୍ଦ୍ର କୁମାର ବେହେର ସ୍ୱର୍ଗତ ଶ୍ରୀ ଉଦ୍‌ଗତାଙ୍କ ଗୁଣବଳୀ ଉପରେ ଆଲୋକପାତ କରିଥିଲେ । ଏହି ସଭାରେ ସିତାଂଶୁ ଶେଖର ନାୟକ, ତପସ୍ୱିନୀ ପସାୟତ, ନିହାରିକା ମିଶ୍ର, ଜ୍ୟୋତିରାଣୀ ମିଶ୍ର ଓ ଅରୁଣ ଖୁଆସ ଉପସ୍ଥିତ ଥିଲେ । ଶେଷରେ ଦୁର୍ଗା ଚରଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.