pakka

ବରକେରାରେ ରେଳ ଦୁର୍ଘଟଣାରେ ମୃତାହତଙ୍କ ପାଇଁ ମହମବତୀ ଶୋଭାଯାତ୍ରା

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ମୁନିନ୍ଦା ଗ୍ରାମ ପଞ୍ଚାୟତର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରା ଓ ପଲ୍ଲୀମଙ୍ଗଳ ଯୁବକ ସଂଘ ବରକେରା ଆନୁକୂଲ୍ୟରେ ଏକ ମହମବତୀ ଶୋଭାଯାତ୍ରା କରାଯାଇଥିଲା । ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରାର ପଞ୍ଚମ ଶ୍ରେଣୀ ଛାତ୍ରୀ ଜାଜ୍ଞସେନୀ ପରିଡା ଗତ ତା୨୪-୦୫-୨୦୨୩ରିଖରେ ହୃଦ୍‌ଘାତରେ ମୃତ୍ୟୁବରଣ କରିଥିଲେ । ତାଙ୍କ ପାଇଁ ଓ ଗତକାଲି ରାତିରେ ବାଲେଶ୍ୱରର ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଶତାଧିକ ବ୍ୟକ୍ତିଙ୍କ ପାଇଁ ବରକେରାରେ ଏକ ମହମବତୀ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିଥିଲା । ଶେଷରେ ଗ୍ରାମର ଆରାଧ୍ୟ ଠାକୁର ଭାଗବତ ବାସୁଦେବଙ୍କ ପ୍ରାଙ୍ଗଣରେ ମୃତ ବ୍ୟକ୍ତିଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରି ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଠାକୁରଙ୍କ ନିକଟରେ ଆହତ ବ୍ୟକ୍ତିମାନଙ୍କର ଆସୁ ଆରୋଗ୍ୟ କାମନା କରି ପ୍ରାର୍ଥନା କରାଯାଇଥିଲା । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ସେଠୀ, ଶିକ୍ଷୟିତ୍ରୀ ମଞ୍ଜୁଲତା ପ୍ରଧାନ, ଶିକ୍ଷକ ବିରଞ୍ଚିନାରାୟଣ ବରାଳ, ସୁଧୀର କୁମାର ଜେନା, ପୁରୁଷୋତ୍ତମ ନାୟକ, ବଂଶୀଧର ମହାପାତ୍ର, ଅବସରପ୍ରାପ୍ତ ଶିକ୍ଷକ ତଥା ପରିବେଶ କର୍ମୀ ମିଟୁ କିଶୋର ପ୍ରଧାନ, ଅବସରପ୍ରାପ୍ତ ଶିକ୍ଷକ ଜଟାଧାରୀ ପରିଡା, ଦିନବନ୍ଧୁ ପରିଡା, ସମାଜସେବୀ ପ୍ରଭାସ ଚନ୍ଦ୍ର ପରିଡା, ଓ୍ଵାର୍ଡ ସଭ୍ୟ ପବିତ୍ର ମୋହନ ପରିଡା, ଚାପଲିନ ପ୍ରଧାନ, ତପନ ଭୋଇ, ମକରଧ୍ୱଜ ପ୍ରଧାନ, କାଳନ୍ଦୀ ପରିଡା, ପ୍ରଶାନ୍ତ ପରିଡା, ନିରୋଜ ପରିଡା, ସ୍ଵାଧୀନ ମାହୁନ୍ତ, ଲକି ମାହୁନ୍ତ, ଗ୍ରାମ୍ୟ କମିଟି ସଭାପତି ଗୋବିନ୍ଦ ଚନ୍ଦ୍ର ମାହୁନ୍ତ ଓ ସମ୍ପାଦକ ବିମ୍ବାଧର ପ୍ରଧାନ, ୱାର୍ଡ ସଭ୍ୟା ପାର୍ବତୀ ଭୋଇ, ମହିଳା ଗୋଷ୍ଠୀ ସଂଯୋଜିକା ଅନୁସୂୟା ପରିଡା, ଶାନ୍ତାନୁ ପ୍ରଧାନ, ରାଜ ପ୍ରିୟଦର୍ଶୀ ପ୍ରଧାନ ଓ ଛାତ୍ର ଛାତ୍ରୀମାନେ ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.

five × 3 =