csstore

ବଲାଙ୍ଗିର ଜିଲ୍ଲା ନାଗରିକ କଲ୍ୟାଣ ମହାସଂଘର ସାଧାରଣ ପରିଷଦ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଜିଲ୍ଲା ନାଗରିକ କଲ୍ୟାଣ ମହାସଂଘର ସାଧାରଣ ପରିଷଦ ବୈଠକ ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମହାସଂଘର ସାଧାରଣ ସଂପାଦକ ସୁନିଲ ଚନ୍ଦ୍ର ବିଶ୍ୱାଲଙ୍କ ଆବାହକତ୍ୱ ଓ ସଭାପତି ପ୍ରଭାକର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ଜିଲ୍ଲାର ନାଗରିକମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ତଥା ତାର ଆଶୁ ସମାଧାନ ପାଇଁ କଣ ପଦକ୍ଷେପ ନିଆଯିବା ଜରୁରୀ, ସେ ସଂପର୍କରେ ଉପସ୍ଥିତ ସଭ୍ୟମାନଙ୍କ ଠାରୁ ମତାମତ ଗ୍ରହଣ କରାଗଲା । ଏହି କ୍ରମରେ କାର୍ଯ୍ୟକାରୀ ସଭାପତି କପିଳେଶ୍ୱର ଖମାରୀ, ସହ-ସଂପାଦକ ଅଙ୍କୁଶ ପାଣ୍ଡିଆ, ସଭ୍ୟ ଶୁଭ୍ରାଂଶୁ ଶେଖର ପଟେଲ, ପ୍ରକୃତିମିତ୍ର ପୁରସ୍କାର ସମ୍ମାନିତ ସଭ୍ୟ ଦିଗାମ୍ବର ନାଏକ, ଉପଦେଷ୍ଟା ବାସୁଦେବ ମେହେର, ଡ. ପ୍ରମୋଦ କୁମାର ମିଶ୍ର, କୋଷାଧ୍ୟକ୍ଷ ଅଶୋକ ଚାନ୍ଦ, ସଭ୍ୟା ଶ୍ରାବଣୀ ମେହେର, ବିଷ୍ଣୁପ୍ରୀୟା ପାଣି, ମିସ୍‌ ଇଶିକା ଦାସ, ରୋଜିସ୍ମିତା ହୋତା, ସଭ୍ୟ ବିବେକା ନନ୍ଦ ପଟେଲ ପ୍ରମୁଖ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ ସହ ସମସ୍ୟାଗୁଡିକୁ ଉତ୍କଟତାକୁ ବର୍ଣ୍ଣନା କରି ଉଦ୍‌ବେଗ ପ୍ରକାଶ କରିବା ସଙ୍ଗେ ସଙ୍ଗେ ମହାସଂଘ ଏ ଦିଗରେ ସମୁଚିତ ପଦକ୍ଷେପ ନେବାରେ ବଦ୍ଧ ପରିକର ହେବାକୁ ପରାମର୍ଶ ଦେଇଥିଲେ ଓ ଏଥିପାଇଁ ସମସ୍ତ ସଭ୍ୟ ପୂର୍ଣ୍ଣପ୍ରାଣରେ ସହଯୋଗ କରିବେ ବୋଲି କହିଥିଲେ । ମୁଖ୍ୟ ଉପଦେଷ୍ଟା ପଦ୍ମ ଚରଣ ଆଚାର୍ଯ୍ୟ ନିଜ ବିବୃତିରେ କହିଲେ ଯେ, ପରୋପକାରୀ ନିକଟରେ ଯେଉଁ ଶ୍ରଦ୍ଧା, ଆତ୍ମିୟତା, ଉତ୍ସାହ ଓ ନିଷ୍କପଟତା ଗୁଣ ଥାଏ । ତାହା ସମଜର ମଙ୍ଗଳ ପାଇଁ ବିନିଯୋଗ ହୁଏ ଏବଂ ଏହି ଦୃଷ୍ଟିରୁ ବିଚାର କଲେ ଆଜି ଯୁବ ଶକ୍ତି ଓ ନାରୀ ଶକ୍ତି ଭିତରେ ବହୁ ଭାବରେ ଏହି ଗୁଣ ଗୁଡିକ ପରିଲକ୍ଷିତ ହେଉଛି । ତେଣୁ ସେମାନଙ୍କ ସହଯୋଗରେ ନାଗରିକ କଲ୍ୟାଣ ମହାସଂଘ ନିଶ୍ଚୟ ନିଜର ମହତ୍ତ୍ୱ ର ଉଦ୍ଦେଶ୍ୟକୁ ସଫଳ କରିପାରିବ । ବୈଠକରେ ଉପସ୍ଥିତ ଥିଲେ ଶ୍ରୀତିକା ଅଗ୍ରୱାଲ, ସୁଷମା ବହିଦାର, ବୈଶାଳୀ ବହିଦାର, ବବିତା ନାଗ ଓ ସଂଘର ବହୁ ବରିଷ୍ଠ ସଭ୍ୟ । ଶେଷରେ ଅଙ୍କୁଶ ବହିଦାର ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.