pakka

ଟେଣ୍ଟ ହାଉସ ଗୋଦାମ ଘରେ ଅଗ୍ନିକାଣ୍ଡ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଭଟଲି ରାସ୍ତାରେ ପଧାନ ଟିକିରାଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଗୋଟେ ଟେଣ୍ଟ ହାଉସ ଗୋଦାମ ଘରେ ଅଗ୍ନିକାଣ୍ଡ ଘଟିଥିବା ବେଳେ କେମିତି ଏ ଅଗ୍ନିକାଣ୍ଡ ଘଟିଛି ତାର କାରଣ ଏ ପର୍ଯ୍ୟନ୍ତ ଜଣାପଡିନାହିଁ । ତେବେ ଘଟଣାସ୍ଥଳରେ ବରଗଡ଼ ଟାଉନ ପୋଲିସ ସହିତ ଅଗ୍ନିଶମବାହିନୀ ଆସି ନିଆଁକୁ ଆୟତ୍ତ କରୁଛନ୍ତି । ଘଟଣାସ୍ଥଳରେ କେହି ଆହତ ବା ଗୁରୁତର ହୋଇନାହାନ୍ତି । ଠିକ୍‌ ସମୟରେ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିନେଇଥିବାରୁ କୌଣସି ବଡ଼ ଦୁର୍ଘଟଣା ଘଟିବାରୁ ବର୍ତ୍ତି ଯାଇଥିଲା ।

Leave A Reply

Your email address will not be published.

4 × two =