jsm

ଯୁବ ସମ୍ବାଦ ଭାରତ ସଚେତନତା ଶିବିର

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ମହିମୁଣ୍ଡା ଯୁକ୍ତ ଦୁଇ ମହାବିଦ୍ୟାଳୟଠାରେ ଭାରତ ସରକାରଙ୍କ ଯୁବ ବିକାଶ ଓ କ୍ରୀଡା ମନ୍ତ୍ରଣାଳୟ ନେହେରୁ ଯୁବ କେନ୍ଦ୍ର ବଲାଙ୍ଗିର ଏବଂ ଭବାନୀ ଶଙ୍କର କଳା ପରିଷଦ କୁଟେନପାଲି ମିଳିତ ଆନୁକୁଲ୍ୟରେ ଯୁବ ସମ୍ବାଦ ଭାରତ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ପଞ୍ଚପ୍ରାଣ ଶୀର୍ଷକ ବିଷୟକୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ଯୁକ୍ତ ଦୁଇ ମହିମୁଣ୍ଡା ମହାବିଦ୍ୟାଳୟର ଅଧ୍ୟକ୍ଷ ଦୁର୍ଯ୍ୟୋଧନ ପ୍ରଧାନ, ଅର୍ଥନୀତି ବିଭାଗର ଅଧ୍ୟାପକ ଜ୍ଞାନେନ୍ଦ୍ର ସାହୁ, ଓଡିଆ ଅଧ୍ୟାପକ ଡ. ଜଗନ୍ନାଥ ସାହୁ, ବରିଷ୍ଠ ସାଧନ କର୍ମୀ ଅଶୋକ କୁମାର ମେହେର, ସଂସ୍କୃତି ଗବେଷକ ଦିଲିପ କୁମାର ଦୀପ ଯୋଗଦାନ କରି ସାରଗର୍ଭକ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ମହାବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ଏନ୍‌ୱାଇକେର ସ୍ୱେଚ୍ଛାସେବୀ ସତ୍ୟନାରାୟଣ ହୋତା, ପ୍ରମୋଦ କୁମାର ବେହେରା, ଭବାନୀ ଶଙ୍କର କଳା ପରିଷଦ କୁଟେନପାଲି ସଂପାଦକ ନବୀନ କିଶୋର ବେହେରା ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.