pakka

ଯୁବ କୁଲୁତା ସମାଜ ଭାଉଜ ଦିଅରଙ୍କ ରକ୍ତଦାନ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ୍‌ କଙ୍କରିୟା ଗ୍ରାମର ମକରଧ୍ୱଜ ପଧାନ ଓ ବଙ୍ଗୋମୁଣ୍ଡା ବ୍ଲକ୍‌ ପିପଲମୁଣ୍ଡା ଗ୍ରାମର ଭାନୁମତି ଜାନି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ଶରୀରରେ ରକ୍ତାଭାବରୁ ଡାକ୍ତର ତାଙ୍କ ରକ୍ତ ଦେବାକୁ ପରାମର୍ଶ ଦେଇଥିଲେ । ରୋଗୀଙ୍କ ବଲାଙ୍ଗିରରେ କେହି ସମ୍ପର୍କୀୟ ନଥିବାରୁ ରକ୍ତ ନପାଇ ଭାଙ୍ଗି ପଡିଥିଲେ । ଘଟଣାଟି ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ଜାଣିବାକୁ ପାଇଲା । ସଙ୍ଗେ ସଙ୍ଗେ ଯୁବ କୁଲୁତା ସମାଜର ସକ୍ରିୟ ସଦସ୍ୟା କୁସୁମିତା ପଧାନ ଓ ସୁଧୀର ପଧାନ ଦିଅର ଭାଉଜ ୧୭ କିମି ଦୂରରୁ ରାତି ଘ. ୯. ୩୫ମି.ରେ ବଲାଙ୍ଗିର ରକ୍ତ ଭଣ୍ଡାରକୁ ଆସି ରକ୍ତଦାନ କରି ଦୁଇଟି ଅମୁଲ୍ୟ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଥିଲେ । ଯୁବ ସଂଗଠନର ଭଳି ମହତ୍‌ କାର୍ଯ୍ୟକୁ ଓଡିଶା କୁଲୁତା ସମାଜ ସଭାପତି ପ୍ରଦୁମ୍ନ ସାହୁ, ଉପସଭାପତି କ୍ଷେତ୍ରବାସୀ ପଧାନ, ନୁଆପଡା ଜିଲ୍ଲା କୁଲୁତା ସମାଜ ସଭାପତି ସରୋଜ ସାହୁ ଓ ଅତାବିରା ସଭାପତି ଦିବାକର ପଧାନ ପ୍ରଶଂସା କରିବା ସଙ୍ଗେ ଯୁବ ସଂଗଠନର ଦିର୍ଘାୟୁ କାମନା କରିଛନ୍ତି । ରକ୍ତଦାନ ସମୟରେ ଯୁବ ସଭାପତି ଅସୀମ କୁମାର ଭୋଇ, ସଦସ୍ୟ ଲକ୍ଷ୍ମଣ ପଧାନ, ସୁଶିଲ ପଧାନ ଓ ବିଦ୍ୟାଧର ପ୍ରଧାନ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

17 + 10 =