pakka

୫୦ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ସିଜ୍‌, ଦୁଇ ବେପାରୀଙ୍କୁ ବାନ୍ଧିଲା ପୋଲିସ

bbehera

ପୁରୀ : ଦୁଇ ବ୍ରାଉନସୁଗାର ବେପାରୀଙ୍କୁ ବାନ୍ଧିଲା ପୋଲିସ । ପୁରୀ ସହରରେ ବ୍ରାଉନ୍‌ସୁଗାର ବେପାର କରିବାକୁ ଆସି ଗିରଫ ହୋଇଛନ୍ତି ଦୁଇ ବ୍ୟବସାୟୀ । ଗିରଫ ଅଭିଯୁକ୍ତଙ୍କୁ ନିକଟରୁ ୫୨୨ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ ବୋଲି ପ୍ରେସ୍‌ମିଟ୍‌ରେ ସୂଚନା ଦେଇଛନ୍ତି ପୁରୀ ଏସ୍‌ପି ପିନାକ ମିଶ୍ର । ପୋଲିସର ସୂଚନା ଅନୁସାରେ, ବୁଧବାର ସକାଳେ ତାଳବଣିଆ ହେଲିପ୍ୟାଡ୍‌ଠାରେ ତିନିଜଣ ଯୁବକ ବ୍ରାଉନ ସୁଗାର ବେପାର କରିବାକୁ ଆସିଥିବା ନେଇ ପୋଲିସ ପାଖରେ ଖବର ପହଞ୍ଚିଥିଲା । ପରେ ସମୁଦ୍ରକୂଳ ଥାନା ଅଧିକାରୀ ଏବଂ ପୁରୀ ପୋଲିସର ସ୍ପେଶାଲ୍ ସ୍କ୍ୱାର୍ଡ ଚଢ଼ାଉ କରିଥିବା ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ । ଅନ୍ୟଜଣେ ଅଭିଯୁକ୍ତ ଫେରାର ହୋଇଯାଇଛି । ତେବେ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଉଛନ୍ତି ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ଗୁରୁଜଙ୍ଘା ଗାଁର ଦେବାଶିଷ ଦାସ ଓ ସାଗୁଆନ୍ ବଗିଚା ଗାଁର ଶୁଭମ୍ ପଟ୍ଟନାୟକ । ଏହି ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଏହାସହିତ ଅଭିଯୁକ୍ତଙ୍କଠାରୁ ଗୋଟିଏ ଦାମୀ ବାଇକ୍ ସହ ଦୁଇଟି ମୋବାଇଲ୍ ଫୋନ୍ ପୋଲିସ ଜବତ କରିଛି । ପୁରୀରେ ନିଶା କାରବାର କରୁଥିବା ବ୍ୟକ୍ତି ବିଶେଷଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୁରୀ ଏସ୍‌ପି ।

jay balangir
Leave A Reply

Your email address will not be published.

twenty − 7 =