ସାମ୍ବାଦିକ ମାନଙ୍କ ଚକ୍ଷୁ ପରୀକ୍ଷଣ ଓ ଚଷମା ବଣ୍ଟନ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା ସରକାରଙ୍କ ସୁନେତ୍ର ଯୋଜନାରେ ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ଆୟୋଜନରେ ବଲାଙ୍ଗିର ସାମ୍ବାଦିକମାନଙ୍କର ଏକ ଚକ୍ଷୁ ପରୀକ୍ଷଣ ତଥା ଚଷମା ପ୍ରଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ଚକ୍ଷୁ ବିଶେଷଜ୍ଞ ଡାକ୍ତର ବିଷ୍ଣୁ ପ୍ରସାଦ ମିଶ୍ର ଏହି ଶିବିରରେ ଯୋଗଦେଇ ଚକ୍ଷୁ ପରୀକ୍ଷା ପୂର୍ବକ ଚଷମା ବଣ୍ଟନ କରିଥିଲେ । ଚଷମା ପରୀକ୍ଷଣରେ ତୁଳସୀରାମ ସାହୁ , ଶେଖରରାମ ସାହୁ ଓ ନିରୁପମା ସାହୁ ସହଯୋଗ କରିଥିଲେ । ବଲାଙ୍ଗିର ସାମ୍ବାଦିକ ଭବନଠାରେ ଆୟୋଜିତ ଏହି ଚକ୍ଷୁ ପରୀକ୍ଷଣ ଶିବିରରେ ବଲାଙ୍ଗିରର ସାମ୍ବାଦିକମାନଙ୍କ ସମେତ ସହରର ୪୦ବର୍ଷରୁ ଅଧିକ ବୟସର ବହୁ ନାଗରିକ ଯୋଗଦେଇ ଚକ୍ଷୁ ପରୀକ୍ଷଣ କରି ଚଷମା ପ୍ରାପ୍ତ ୠ୍‌ଗ୍ରହଣ କରିଥିଲେ । ଜିଲ୍ଲା ସାମ୍ବାଦିକ ସଂଘର ସାଧାରଣ ସଂପାଦକ ଶିଶିରକାନ୍ତ ଶତପଥୀ ଓ ସଂଗଠନ ସଂପାଦକ ଶରତ ଚନ୍ଦ୍ର ମିଶ୍ର ଶିବିରକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.

16 + nine =