jsm

ବଲାଙ୍ଗିର ରାଜେନ୍ଦ୍ର ପାର୍କ ଠାରେ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରାଜେନ୍ଦ୍ର ପାର୍କ ଠାରେ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ ଯୋଗଦାନ କରି ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ଆଦର୍ଶ ସଂପର୍କରେ ଆଲୋଚନା କରିଛନ୍ତି । ଜଣେ ନିଆରା ମୁଖ୍ୟମନ୍ତ୍ରୀ ଭାବେ ରାଜେନ୍ଦ୍ର ନାରାୟଣ କିଭଳି ନିଜର ସ୍ୱର୍ଣ୍ଣିମ ପରିଚୟ ସୃଷ୍ଟି କରିଛନ୍ତି, ସେ ସଂପର୍କରେ ଆଲୋକପାତ କରିଥିଲେ ଶ୍ରୀ ସିଂହଦେଓ । ଏହି କାର୍ୟ୍ୟକ୍ରମରେ ସହରର ବହୁ ବୁଦ୍ଧିଜୀବୀ, ବିଜେଡ଼ି କର୍ମୀଙ୍କ ସହ ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂହଦେଓ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବକୀ ସାହୁ, ପୌରଧକ୍ଷା ଲିକା ସାହୁ, କାଉନ୍‌ସିଲର୍‌ ନନ୍ଦିନୀ ପୋଢ଼, ସଂଯୁକ୍ତା ଦନ୍ତା, କୈଳାଶ ମହାନ୍ତି, ରାଜେନ୍ଦ୍ର ପାଣିଗ୍ରାହୀ, ମୁନା ଖାଁ, ମୁନୁ ପୋଢ଼, ପାଣ୍ଡବ କୁମ୍ଭାର, ନରସିଂହ ବାଗ ପ୍ରମୁଖ ଉପସ୍ଥିତ ରହି ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ।

yuvodaya
Leave A Reply

Your email address will not be published.