ଟ୍ରେନ୍‌ ଖସି ଜଣେ ମହିଳାଙ୍କ ମୃତ

ବାମରା : ଶନିବାର ଅପରାହ୍ନରେ ହାଓଡ଼ା – ଟିଟିଲାଗଡ଼ ଇସ୍ପାତ ସୁପର୍‌ଫାଷ୍ଟ ଏକ୍ସପ୍ରେସ୍‌ରୁ ଖସି ଜଣେ ମହିଳାଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ବାମରା – ଧରୁଆଡ଼ିହି ମଧ୍ୟବର୍ତ୍ତୀ କୁଅଁରମାଲ ଫାଟକ ନିକଟରେ ଜଣେ ପ୍ରାୟ ୫୦ ବର୍ଷୀୟ ମହିଳାଙ୍କ ମୃତ୍ୟୁ ଖବର ବିଷୟରେ ଟ୍ରେନ୍‌ ଚାଳକ ବାମରା ଷ୍ଟେସନ୍‌ ମ୍ୟାନେଜର୍‌ଙ୍କୁ ସୂଚନା ଦେଇଥିଲେ । ଷ୍ଟେସନ୍‌ ମ୍ୟାନେଜର୍‌ଙ୍କ ଠାରୁ ଖବର ପାଇ ଝାରସୁଗୁଡା ଆର୍‌ପିଏଫ ଷ୍ଟାଫ ଦିନେଶ ଚନ୍ଦ୍ର ଯାଦବ ତଦନ୍ତ କରିଥିଲେ । ଏନେଇ ରେଲୱେ ପକ୍ଷରୁ ରାଜଗାଙ୍ଗପୁର ଜିଆର୍‌ପିଙ୍କୁ ଖବର ଦିଆଯାଇଥିଲା । ମାତ୍ର ଜିଆର୍‌ପି ଅଧିକାରୀ ମାରିଆନୁସ ମିଞ୍ଜଙ୍କୁ ଯୋଗାଯୋଗ କରିବାରୁ, ଆମେ ବର୍ତ୍ତମାନ ନିର୍ବାଚନ କାମରେ ବ୍ୟସ୍ତ ଅଛୁ ବୋଲି ଉତ୍ତର ଦେଇଥିଲେ । ମୃତ ମହିଳାଙ୍କ ପରିଚୟ ମିଳିପାରି ନାହିଁ

Leave A Reply

Your email address will not be published.