csstore

ମିର୍ଦ୍ଧାପାଲିରେ ମାହେଶ୍ଵରୀର ନୂତନ ଶାଖା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସେବା ମନୋଭାବକୁ ଆହୁରି ବ୍ୟାପକ କରାଇବାର ମହତ ଉଦ୍ଦେଶ୍ୟରେ ମାହେଶ୍ୱରୀ ସଂଗଠନ “ପ୍ରତି ପଞ୍ଚାୟତରେ ମାହେଶ୍ୱରୀ ସଫଳତାର ସହ ଗୋଟିଏ ପରେ ଗୋଟିଏ ପଞ୍ଚାୟତକୁ ବିସ୍ତାର ହେବାରେ ଲାଗିଛି । ସଦର ବ୍ଲକରେ ଏହି ଅନୁଷ୍ଠାନର ଆହ୍ୱାନରେ ମିର୍ଦ୍ଧାପାଲି ଯୋଡି ହୋଇଛି । ବୈଠକରେ କେମିତି ଭାବରେ ଆଗକୁ ସାମାଜିକ କାର୍ଯ୍ୟକ୍ରମକୁ ଜାରି ରଖି ମିର୍ଦ୍ଧାପାଲି ପଞ୍ଚାୟତର ଗରିବ ନିଷ୍ପେସିତ ଲୋକଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ ତାହା ଆଲୋଚନା ହୋଇଥିଲା । ଦୀପକ ଅଦାବରିଆ ସଂଯୋଜକ ଓ ଦେବରାଜ ନାୟକ ସହ ସଂଯୋଜକ ଭାବେ ମନୋନୀତ ହୋଇଥିବା ବେଳେ ଯୁବଗୋଷ୍ଠୀଙ୍କ ସହ ସ୍ଥାନୀୟ ବୁଦ୍ଧିଜୀବୀ ମନୋଜ ବୁଡେକ୍, ଶ୍ୟାମା ବାରିକ, ସୁବାଷ ଦଳାଇ, ବଣ୍ଟି ଭୋଇ, ରାଜକୁମାର ମହାକୁର, ଆକାଶ ଉଦୂର୍କୁଲିଆ, ସଞ୍ଜୟ ବାରିକ, ଆନନ୍ଦ ସିଂହ, ମୁକେଶ ଉଦୂର୍କଲିଆ, ବିକରାଜ୍ ଭୋଇ, ବିନୟ ସେଠ୍ ପ୍ରମୁଖ ଉପସ୍ଥିତ ଥିଲେ । ମାହେଶ୍ୱରୀ ସଂଗଠନର ସଦସ୍ୟ ଦେବାଶିଷ ପାଣ୍ଡିଆଙ୍କ ସଂଯୋଜନାରେ ହୋଇଥିବା ସଭାରେ ପରିଚାଳନା ନିର୍ଦେଶକ ଅଙ୍କୁଶ ପାଣ୍ଡିଆ, ସଭାପତି ଶୋଭନ ଅଗ୍ରୱାଲ, ଜିଲ୍ଲା ସଂଯୋଜକ ସୌମ୍ୟ ରଞ୍ଜନ ପଣ୍ଡା, ସ୍ଵାଗତ ଦାସ ପ୍ରମୁଖ ଉପସ୍ଥିତ ରହି ଉଦ୍‌ବୋଧନ ଦେଇଥିଲେ ।

jayashree
Leave A Reply

Your email address will not be published.