oom

ମଦନପୁର ଓଡିଶା ଆଦର୍ଶ ବିଦ୍ୟାଳୟର ୬ତମ ବାର୍ଷିକ ଉତ୍ସବ “ମହ୍ଲାର” ଅନୁଷ୍ଠିତ

jsmm

କଳାହାଣ୍ଡି, (ପି.କେ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଓଡିଶା ଆଦର୍ଶ ବିଦ୍ୟାଳୟ ମଦନପୁରର ୬ତମ ବାର୍ଷିକ ଉତ୍ସବ “ମହ୍ଲାର ବିଦ୍ୟାଳୟ ଅଧ୍ୟକ୍ଷ ସଞ୍ଜୟ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂଦେଓ, ମୁଖ୍ୟ ବକ୍ତା କେସିଙ୍ଗା ଓଏଭି ଅଧ୍ୟକ୍ଷ ନୀଳମାଧଵ ପଟ୍ଟନାୟକ, ସମ୍ମାନିତ ଅତିଥି ରୂପେ ମ.ରାମପୁର ବ୍ଲକ ଅଧ୍ୟକ୍ଷା ମନ୍ଦାକିନି ସିଂଦେଓ, ମ.ରାମପୁର ବିଡିଓ ସବ୍ୟସାଚୀ ବେହେରା, କାର୍ଲମୁଣ୍ଡା ବିଡ଼ିଓ ସୁଶ୍ରୀ ସୂଚରିତା ମୁର୍ଗୀ, ମ.ରାମପୁର ବିଇଓ ସଂଗୀତା ମହାନ୍ତି, ଏବିଇଓ ଜୟସେନ ନିଆଲ, ଶିଳ୍ପପତି ବିଭୁପ୍ରସାଦ ସାହୁ ଯୋଗଦେଇ ୨୦୨୨-୨୩ ଟପର ସୁଶୀ ଶ୍ରୀୟା ଆଚାରୀ ଓ ବିଭିନ୍ନ ବିଭାଗରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ । କାର୍ଯ୍ୟକ୍ରମକୁ ସଂସ୍କୃତ ଅଧ୍ୟାପକ ପ୍ରକାଶ କୁମାର ସାଣ୍ଢ ମଞ୍ଚ ପରିଚାଳନା କରିଥିବା ବେଳେ ଅଧ୍ୟାପିକା ଅର୍ଚନା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଉପ-ଅଧ୍ୟକ୍ଷ ସଂକୀର୍ତନ ବେହେରା, ଅଧ୍ୟାପକ ରିପୁଦମନ ଏସ୍‌ ମିଶ୍ର, ଆଶିଷ କୁମାର ପଣ୍ଡା, ବିଭୁତି ଭୂଷଣ ବିଶ୍ୱାଳ, ଜଗଦୀଶ କୁମାର ସାହୁ, ଜମ୍ବୁବତୀ ନାଗ, ପୃଥିବୀ ସେଠ, ସୁବଳ ପଧାନ, ରଞ୍ଜିତ କୁମାର ସାହୁ, ବାଦଲ କୁମାର ନାଗ, ଗଣେଶ ଦୋରା, ମମିତା ମାଝୀ, ଲାଲୁ ନିଆଲ, ଜ୍ୟୋତ୍ସ୍ନା ମହାରଣା, ମହେନ୍ଦ୍ର ବେଶରା, ଜଗମୋହନ ସୁନା, ମଳୟ ରଞ୍ଜନ ବାଗ ସମେତ ସମସ୍ତ କର୍ମଚାରୀ, ଅଭିଭାବକମାନେ ସାହାର୍ଯ୍ୟ ସହଯୋଗ କରିଥିଲେ । ସନ୍ଧ୍ୟାରେ ଛାତ୍ରଛାତ୍ରୀମାନଙ୍କ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ ମନୋରମ ଥିଲା ।

jittmm
Leave A Reply

Your email address will not be published.