ଚାଲିଗଲା ଦୁଇ ବାଇକ୍ ଆରୋହୀଙ୍କ ଜୀବନ

ନିଶ୍ଚିନ୍ତକୋଇଲି : ବସ୍ ଧକ୍କାରେ ଚାଲିଗଲା ଦୁଇ ବାଇକ୍ ଆରୋହୀଙ୍କ ଜୀବନ । ଦୁର୍ଘଟଣାଟି ଘଟିଛି ନିଶ୍ଚିନ୍ତକୋଇଲି ଜନିଆ ଛକରେ । ରାତି ପ୍ରାୟ ୧ଟା ବେଳେ ଏକ ବରଯାତ୍ରୀ ବସ୍(ନନ୍ଦଲାଲା) କେନ୍ଦ୍ରାପଡ଼ାରୁ କଟକ ଅଭିମୁଖେ ଯାଉଥିବା ବେଳେ ନିଶ୍ଚିନ୍ତକୋଇଲି ଜନିଆ ଛକରେ ଏକ ବାଇକକୁ ଧକ୍କା ଦେଇଥିଲା । ସେହି ବାଇକ୍‌ରେ ଦୁଇଜଣ ଯାଉଥିଲେ । ବସଟି ରାସ୍ତାତଳକୁ ଖସିଯାଇଥିଲା । ଏହି ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀଙ୍କ ପ୍ରାଣହାନି ଘଟିଥିଲା । ତେବେ ବସଯାତ୍ରୀମାନେ ସୁରକ୍ଷିତ ଥିବା ଜଣା ପଡିଛି । ଖବର ପାଇ ସାଲେପୁର ଥାନା ପୁଲିସ ପହଞ୍ଚି ଦୁଇ ବାଇକ୍ ଆରୋହୀଙ୍କ ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛି ।

Leave A Reply

Your email address will not be published.

5 × 5 =

error: Content is protected !!