pakka

କଲେଜ ଛକଠାରେ ସଡକ ଦୁର୍ଘଟଣା

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର କଲେଜ ଛକଠାରେ ଏକ ସଡକ ଦୁର୍ଘଟଣା ଘଟି ଜଣେ ବ୍ୟକ୍ତି ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲ ଠାରେ ଭର୍ତ୍ତି ହୋଇଥିବା ନେଇ ଜଣାପଡିଛି । ଗୁରୁତର ବ୍ୟକ୍ତି ଜଣକ ହେଲେ ବୁଢୀସିନ୍‌ଢୋଲ ଗ୍ରାମର ନିବାସୀ ଯୁବରାଜ କରଣ । ସୂଚନା ଅନୁସାରେ, ଯୁବରାଜ କୌଣସି ଏକ ଘୋରୋଇ କାମ ଯୋଗେ ବଲାଙ୍ଗିର ଆସୁଥିବା ବେଳେ ସ୍ଥାନୀୟ କଲେଜ ଛକ ଠାରେ ତାଙ୍କ ବାଇକ୍‌କୁ ସାମ୍ନା ପଟୁ ଆସି ଅନ୍ୟ ଏକ ବାଇକ୍‌ ଧକ୍କା ଦେଇଥିଲା । ଫଳରେ ଯୁବରାଜ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲ ଠାରେ ଭର୍ତ୍ତି ହୋଇଥିବା ନେଇ ଜଣାପଡିଛି ।

Leave A Reply

Your email address will not be published.

7 + 18 =