csstore

୮ଦଫା ଦାବୀରେ ତହସିଲଦାରଙ୍କୁ ଛାତ୍ର ସଂଘ ଦେଲା ଦାବୀପତ୍ର

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସହରର ବିଭିନ୍ନ ସମସ୍ୟାର ସମାଧାନ ଦାବୀ କରି ସ୍ଥାନୀୟ ଛାତ୍ର ସଂଘ ଗୁରୁବାର ଦିନ ତହସିଲଦାରଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଏହି ଦାବୀପତ୍ରଟି ଜିଲ୍ଲାପାଳ ବଲାଙ୍ଗିରଙ୍କ ଉଦ୍ଦେଶ୍ୟରେ ଭାରାପ୍ରାପ୍ତ ତହସିଲଦାର ଖାଦାଲ ପାତ୍ରଙ୍କୁ ଦିଆଯାଇଛି । କଂଟାବାଂଜି ସହରର ବିଭିନ୍ନ ସମସ୍ୟା ମଧ୍ୟରେ ଟ୍ରାଫିକ ସମସ୍ୟା, ସ୍ଥାନୀୟ ଡାକ୍ତରଖାନାର ସମସ୍ୟା, ବୁଲା ଗାଈଗୋରୁ ଏବଂ କୁକୁରଙ୍କ ଥଇଥାନ, ସହରରେ ସ୍ୱତନ୍ତ୍ର ଭାବେ ଖେଳ ପଡିଆ, ସହରରେ ଭାରିଯାନ ଗୁଡିକର ସମୟ ବ୍ୟବଧାନରେ ନୋ ଇଂଟ୍ରି, ବୃଦ୍ଧାବୃଦ୍ଧଙ୍କ ଭତା ୫୦୦ରୁ୨୦୦୦ ଟଙ୍କା ବୃଦ୍ଧି, ଡାକ୍ତରଖାନାରେ ପରିଷ୍କାର ପରିଛନ୍ନତା ରଖିବା, ରୋଗୀଙ୍କଠାରୁ ଲାଂଚ ନ ନେବା ଭଳି ଦାବୀପତ୍ର ପ୍ରଦାନ କରାଯାଇଛି । ଛାତ୍ର ସଂଘର ଚୈତନ୍ୟ ହଂସ, ରାଜେନ୍ଦ୍ର ଦିପଙ୍କ ନେତୃତ୍ୱରେ ସ୍ଥାନୀୟ ଶ୍ରୀରାମ ମନ୍ଦିରରୁ ଏକ ଶୋଭାଯାତ୍ରାରେ ଶତାଧିକ ବୃଦ୍ଧାବୃଦ୍ଧ ତହସିଲ ଅଫିସରେ ପହଂଚି ଦାବୀପତ୍ର ପ୍ରଦାନ କରିଥିଲେ । ଭାରାପ୍ରାପ୍ତ ତହସିଲଦାର ଖାଦାଲ ପାତ୍ର ଉକ୍ତ ଦାବୀପତ୍ରକୁ ଜିଲ୍ଲାପାଳ ବଲାଙ୍ଗିରଙ୍କୁ ପ୍ରେରଣ କରିବା ସହିତ ତାର ସମାଧାନ କିପରି ହେବ ଜିଲ୍ଲାପାଳଙ୍କୁ ଜଣାଇବେ ବୋଲି ପ୍ରତିଶୃତି ଦେଇଥିଲେ ।

jayashree
Leave A Reply

Your email address will not be published.