oum

ରାଜ୍ୟରେ ୨ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା : ଗତ ୨୪ ଘଂଟାରେ ଓଡ଼ିଶାରେ ୪୨୦୮ କରୋନା ସଂକ୍ରମିତ ଚିହ୍ନଟ

jsm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ୨ ଲକ୍ଷ ଟପିଯାଇଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ଓଡ଼ିଶାରେ ୪୨୦୮ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୨୪୬୨ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ୧୭୪୬ ଜଣ । ଜିଲ୍ଲା ଅନୁସାରେ ଅନୁଗୁଳରୁ ୧୯୪, ବାଲେଶ୍ୱରରୁ ୧୧୮, ବରଗଡ଼ରୁ ୧୧୪, ଭଦ୍ରକରୁ ୪୮, ବଲାଙ୍ଗିରରୁ ୭୬, ବୌଦ୍ଧରୁ ୨୯, କଟକରୁ ୪୬୫, ଦେବଗଡ଼ାରୁ ୨୦, ଢେଙ୍କାନାଳରୁ ୬୮, ଗଜପତିରୁ ୧୩, ଗଂଜାମରୁ ୬୩, ଜଗତସିଂହପୁରରୁ ୧୮୧, ଯାଜପୁରରୁ ୨୩୭, ଝାରସୁଗୁଡ଼ାରୁ ୮୧, କଳାହାଣ୍ଡିରୁ ୧୧୬, କନ୍ଧମାଳରୁ ୧୦୨, କେନ୍ଦ୍ରାପଡ଼ାରୁ ୧୧୦, କେଉଁଝରରୁ ୮୨, ଖୋର୍ଦ୍ଧାରୁ ୭୨୫, କୋରାପୁଟରୁ ୭୨, ମାଲକାନଗିରିରୁ ୬୧, ମୟୁରଭଂଜରୁ ୧୫୪, ନବରଙ୍ଗପୁରରୁ ୧୩୧, ନୟାଗଡ଼ରୁ ୫୨, ନୂଆପଡ଼ାରୁ ୧୭୫, ପୁରୀରୁ ୧୯୯, ରାୟଗଡ଼ାରୁ ୬୧, ସମ୍ବଲପୁରରୁ ୧୩୧, ସୋନପୁରରୁ ୨୬, ସୁନ୍ଦରଗଡ଼ରୁ ୮୦, ଷ୍ଟେଟ୍‌ ପୁଲ୍‌ ୨୨୪ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ସମୁଦାୟ ପଜିଟିଭ୍‌ ୨୦୧୦୯୬ ବାହାରିଥିବା ବେଳେ ସେମାନଙ୍କ ମଧ୍ୟରୁ ୩୯୨୩୨ ଜଣ ଏକ୍‌ଟିଭ୍‌ ରହିଥିବା କୁହାଯାଇଛି ।

Leave A Reply

Your email address will not be published.