jsm

ନୂତନ ରାଜ୍ୟ ଯୁବ ବିଜେଡି ସମ୍ପାଦକ ଅଜିତ ଯୋଷୀଙ୍କୁ ସମ୍ବର୍ଦ୍ଧନା

csstore

ବଙ୍ଗୋମୁଣ୍ଡା,(ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଯୁବନେତା ଅଜିତ କୁମାର ଯୋଷୀଙ୍କୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ଯୁବ ବିଜେଡି ସମ୍ପାଦକ ଭାବେ ମନୋନୀତ କରିଥିବାରୁ ତାଙ୍କ କାର୍ଯ୍ୟାଳୟଠାରେ ବଙ୍ଗୋମୁଣ୍ଡାରେ ଥିବା ସାହିତ୍ୟ କଳା ପରିଷଦ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି । ଏଥିରେ ସାହିତ୍ୟ କଳା ପରିଷଦର ସଭାପତି ଡଃ.ନାରାୟଣ ମିଶ୍ର, ସାଧାରଣ ସମ୍ପାଦକ ନିଗମାନନ୍ଦ ଦାସ, ସମ୍ପାଦକ ରଶ୍ମିରଞ୍ଜନ ପୁଟେଲ, ନୀଳାଂଚଳ ଥନାପତି, ଘନଶ୍ୟାମ ମନହୀରା, ଭକ୍ତବନ୍ଧୁ ସାହୁ, ରାମଚନ୍ଦ୍ର ରଣା, ବିନେଶ କିଶାନ୍‌ ପ୍ରମୁଖ ଉପସ୍ଥିତ ରହି ଫୁଲତୋଡା ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଶ୍ରୀ ଯୋଷୀ ପୂର୍ବରୁ ଜିଲ୍ଲା ଯୁବ ବିଜୁ ଜନତା ଦଳର ଉପସଭାପତି ଭାବେ କାର୍ଯ୍ୟ କରୁଥିଲେ । ତାଙ୍କୁ ବିଜେଡି ରାଜ୍ୟ ସମ୍ପାଦକ ଭାବେ ମନୋନୀତ କରାଯାଇଥିବାରୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି ।

yuvodaya
Leave A Reply

Your email address will not be published.