csstore

ଚେନ୍ନାଇରେ ଅଟକ ଅଛନ୍ତି ୬ ଦାଦନ ଶ୍ରମିକ : ଉଦ୍ଧାର ପାଇଁ ଆକୁଳ ନିବେଦନ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକ ରେଗଡା ପଞ୍ଚାୟତ ଭୁଏରମୁଣ୍ଡା ଗ୍ରାମର ୬ଜଣ ଯୁବକ ଅର୍ଥ ରୋଜଗାର ଆଶାରେ ଦାଦନ ଶ୍ରମିକ ଭାବେ ଚେନ୍ନାଇ ସହରର ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ତେବେ କମ୍ପାନୀ ମାଲିକଙ୍କ ଦ୍ଵାରା ନିର୍ଯାତନାର ଶିକାର ହେଉଥିବା ନେଇ ଏକ ଭିଡ଼ିଓ ଜରିଆରେ ଉଦ୍ଧାର କରିବାକୁ ନିବେଦନ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ଭୁଏରମୁଣ୍ଡା ଗ୍ରାମର ଦିନବନ୍ଧୁ ସାହୁ (୨୨), ଶକ୍ତି ସାହୁ(୧୯), ସମୀର ସାହୁ(୧୮), ଅମୀର ସାହୁ(୧୯), ତୁମେଶ୍ୱର ସାହୁ(୧୮), ସମୀର ସାହୁ(୨୧) ଗତ ମଇ ମାସରେ ତାମିଲନାଡୁର ଚେନ୍ନାଇ ସହରର ଟିଇସି ନାମକ ଏକ ଘରୋଇ କମ୍ପାନୀରେ କାମ କରିବାକୁ ଯାଇଥିଲେ । ସେଠାରେ ସେମାନଙ୍କୁ ନିର୍ଯାତନା ଦେଉଥିବା, ଘରକୁ ଛାଡି ଦେଉନଥିବା ସେମାନେ ଅଭିଯୋଗ କରିଛନ୍ତି । ଏନେଇ କଳାହାଣ୍ଡି ଜିଲ୍ଲା ଶ୍ରମ ଅଧିକାରୀ ସୁବାଷ ମଣ୍ଡଳଙ୍କୁ ଯୋଗାଯୋଗ କରାଯିବାରୁ ଉଦ୍ଧାର ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

jayashree
Leave A Reply

Your email address will not be published.