jsm

ମଦନପୁରର ସରକାରୀ ଏସ୍‌ଏସ୍‌ଡି ହାଇସ୍କୁଲର ୪୧ତମ ବାର୍ଷିକ ଉତ୍ସବ ୨୦୨୪ ପାଳିତ

csstore

କଳାହାଣ୍ଡି, (ପ୍ରଦିପ କୁମାର ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁର ସ୍ଥିତ ସରକାରୀ ଏସ୍‌ଏସ୍‌ଡି ଉଚ୍ଚ ବିଦ୍ୟାଳୟଠାରେ ପ୍ରଧାନ ଶିକ୍ଷକ ଶାନ୍ତନୁ କୁମାର ମେହେରଙ୍କ ସଭାପତିତ୍ୱରେ ଶନିବାର ୪୧ତମ ବାର୍ଷିକ ଉତ୍ସବ ୨୦୨୪ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ମୁଖ୍ୟବକ୍ତା ଭାବେ ଓଡିଶା ଆଦର୍ଶ ବିଦ୍ୟାଳୟ, ମଦନପୁର ଅଧ୍ୟକ୍ଷ  ସଞ୍ଜୟ କୁମାର ଦାସ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟ, ଶିଳ୍ପପତି ବିଭୁ ପ୍ରସାଦ ସାହୁ, ମଦନପୁର ସରପଞ୍ଚ କେତକୀ ଦଣ୍ଡିଆ, ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶ୍ୟାମସୁନ୍ଦର ନାୟକ, ସ୍କୁଲ ସଭାପତି ରାୟସିଂ ପାତ୍ର, ମଦନପୁର ନାଏବ ସରପଞ୍ଚ ବିରାଟ ମୁଣ୍ଡଛିନା, ସାମ୍ବାଦିକ ପ୍ରଦିପ କୁମାର ସାହୁ ଉପସ୍ଥିତ ରହି ଶିକ୍ଷାର ମହତ୍ତ୍ୱ, ବିଦ୍ୟାଳୟର ଉନ୍ନତି ଉପରେ ଆଲୋଚନା କରି କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ପ୍ରଧାନ ଶିକ୍ଷକ ଶ୍ରୀ ମେହେର ବାର୍ଷିକ ବିବରଣୀ ପଠନ କରିଥିବା ବେଳେ ମଞ୍ଚ ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷକ ମୀନକେତନ ସୁନା । ଏଥିରେ ଶିକ୍ଷକ ଅରୁଣ କୁମାର ଭୋଇ, ମୁକେଶ ନାଏକ, ବବରୁ ବାହାନ ଭୋଇ, ଭଗବାନ ଧରୁଆ, ପ୍ରତ୍ୟୁଷ କୁମାର ଭୋଇ, ପ୍ରଶାନ୍ତ କୁମାର ସାହୁ, କିଶୋର ଚନ୍ଦ୍ର ପଣ୍ଡା, ଶିକ୍ଷୟିତ୍ରୀ ଅନୁରାଧା ପାଣ୍ଡେ, ସୁଶ୍ରୀତା ପଟେଲ, ପ୍ରିୟଙ୍କା ଭୋଇ, ଅରୁଣବାଳା ସ୍ୱାଇଁ ଏବଂ ସମସ୍ତ କର୍ମଚାରୀ ସାହାଯ୍ୟ କରିଥିଲେ । ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଛାତ୍ର କର୍ତ୍ତା, ପୂରାତନ ଛାତ୍ର, ଯୁବ ଗୋଷ୍ଠୀ, ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ  କରିଥିଲେ । 

yuvodaya
Leave A Reply

Your email address will not be published.