pakka

ବଲାଙ୍ଗିର ଜିଲ୍ଲା ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ଉଦ୍‌ଯାପିତ

bbehera
  • ଦିବ୍ୟମ୍‌ ଓ ସମ୍ପଦାଙ୍କୁ ତ୍ରିମୁକୁଟ
  • ମନୋରଞ୍ଜନ ଭେଟେରାନ ସିଙ୍ଗଲ୍ସ ଓ ମାନସ, ଅମ୍ବିକା ଡବଲ୍ସ ବିଜେତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପିଆର ହାଇସ୍କୁଲ ଇନଡୋର ବ୍ୟାଡ଼ମିଣ୍ଟନ ଷ୍ଟାଡିୟମରେ ଚାଲିଥିବା ଜିଲ୍ଲା ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ସମ୍ପଦା ମହାନ୍ତି ଓ ଦିବ୍ୟମ କେଜ୍ରିୱାଲ ବିଭିନ୍ନ ବୟସ ବର୍ଗରେ ତ୍ରିମୁକୁଟ ହାସଲ କରିଛନ୍ତି । ଅନ୍ୟପଟେ ୩ଟି ବୟସ ବର୍ଗରେ ଫାଇନାଲ ପହଞ୍ଚିଥିବା ଶ୍ରେୟାନ୍ସ କେଜ୍ରିୱାଲ ଓ ଉନ୍ନତ ଖେଳ ପ୍ରଦର୍ଶନ କରିଥିବା ବିଜୟ ଗୁଡ଼ିଆଙ୍କୁ ବର୍ଷର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ କରାଯାଇଛି । ଗତ ୩ ଦିନ ବ୍ୟାପୀ ଚାଲିଥିବା ଏହି ଚାମ୍ପିଅନସିପ୍‌ ସମସ୍ତ ବୟସ ବର୍ଗର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ସାରା ଜିଲ୍ଲାରୁ ୩୪୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ପ୍ରତିଯୋଗିତାର ଫାଇନାଲ ଖେଳମାନଙ୍କ ମଧ୍ୟରେ ୯ ବର୍ଷ ବୟସ ବର୍ଗରେ ସମର୍ଥ ପାଢୀ ଚମ୍ପିଆନ ଓ ଅରୁଜ ମାହାଣା ରନର୍ସ ଅପ୍‌, ୧୧ ବର୍ଷ ବୟସ ବର୍ଗ ବାଳିକା ବିଭାଗରେ ତମନ୍ନା ସାହୁ ଚମ୍ପିଆନ ଓ ଆୟୁଷୀ ପ୍ରଧାନ ରନର୍ସ ଅପ୍‌ ଏବଂ ବାଳକରେ ଜି. ଗୌତମ ଚମ୍ପିଆନ ଓ ଅରୁଜ ମାହାଣା ରନର୍ସ ଅପ୍‌, ୧୩ ବୟସ ବର୍ଗ ବାଳିକାରେ ସୁଭସ୍ମିତା ଛତ୍ରିଆ ଚମ୍ପିଆନ ଓ ମିତ୍ତଲରାନୀ ଠାକୁର ରନର୍ସ ଅପ, ବାଳକ ବିଭାଗରେ ଆରୁଷ ପ୍ରଧାନ ଚମ୍ପିଆନ ଓ ବୈଭବ ସାହୁ ରନର୍ସ ଅପ୍‌ ଏବଂ ୧୩ ବାଳକ ଡବଲ୍ସରେ ଜି.ଗୌତମ ସାଥୀ ଆରୁଷ ପ୍ରଧାନ ଚମ୍ପିଆନ ଓ ସାଇ ଅର୍ପିତ ଖମାରୀ ଓ ବଚିକେତ ପାତ୍ର ରନର୍ସ ଅପ୍‌, ୧୫ ବର୍ଷ ବାଳିକା ସିଙ୍ଗଲ୍ସରେ ଶୁଭସ୍ମିତା ଛତ୍ରିଆ ଚମ୍ପିଆନ ଓ ଦୟା ପଟେଲ ରନର୍ସ ଅପ୍‌, ବାଳକରେ ସ୍ରେୟାନ୍ସ କେଜ୍ରିୱାଲ ଚମ୍ପିଆନ ଓ ବିଜୟ ଗୁଡ଼ିଆ ରନର୍ସ ଅପ୍‌, ଡବଲ୍ସରେ ସ୍ପନ୍ଦନ ମହାପାତ୍ର ଓ ପ୍ରିୟମ ପଣ୍ଡା ଚମ୍ପିଆନ ଓ ନରସିଂହ ଭୁଏ ଏବଂ ସାଥୀ ରନର୍ସ ଅପ, ୧୭ ବର୍ଷ ବାଳିକାରେ ସମ୍ପଦା ମହାନ୍ତି ଚମ୍ପିଆନ ଓ ନନ୍ଦିନୀ ଲାଲ ରନର୍ସ ଅପ, ୧୭ ବାଳକରେ ଦିବ୍ୟମ୍‌ କେଜ୍ରିୱାଲ ଚମ୍ପିଆନ ଓ ଶ୍ରେୟାନ୍ସ କେଜ୍ରୱାଲ ରନର୍ସ ଅପ୍‌, ୧୭ ଡବଲ୍ସ ବିଭାଗରେ ଶ୍ରୀତମ ପ୍ରଧାନ ଏବଂ ଆଶୁତୋଷ ଚକ୍ରବର୍ତ୍ତୀ ଓ ଅଶ୍ଲେସ ମିଶ୍ର ରନର୍ସ ଅପ୍‌, ୧୯ ବର୍ଷ ବାଳିକା ବିଭାଗରେ ସମ୍ପଦା ମହାନ୍ତି ଚମ୍ପିଆ ମହାନ୍ତି ଚମ୍ପିଆନ ଓ ନନ୍ଦିନୀ ମହାନ୍ତି ରନର୍ସ ଅପ୍‌, ୧୯ ବାଳକ ସିଙ୍ଗଲ୍ସରେ ଜୟୈଶ ଅଗ୍ରୱାଲ ଚମ୍ପିଆନ ଓ ସ୍ରେୟାନ୍ସ କେଜ୍ରିୱାଲ ରନର୍ସ ଅପ୍‌, ୧୯ ବାଳକ ଡବଲ୍ସରେ ସ୍ୱରାଜ ଯୋଷୀ, ନିଖିଲ ସୁନା ଚମ୍ପିଅନ୍‌ ଓ ପିୟୁଷ ନାଗ, ସର୍ବେଶ୍ୱର ପୋଢ ରନର୍ସ ଅପ୍‌ ହୋଇଥିଲେ । ପ୍ରତିଯୋଗିତାରେ ବରିଷ୍ଠ ବର୍ଗର ମହିଳା ସିଙ୍ଗଲ୍ସରେ ସମ୍ପଦା ମହାନ୍ତି ଚମ୍ପିଆନ ଓ ନନ୍ଦିନୀ ଲାଲ ରନର୍ସ ଅପ୍‌, ପୁରୁଷ ବିଭାଗରେ ଦିବ୍ୟମ୍‌ କେଜ୍ରିୱାଲ ଚମ୍ପିଆନ ଓ ଜୟସ୍‌ ଅଗ୍ରୱାଲ ରନର୍ସ ଅପ୍‌ । ବରିଷ୍ଠ ଡବଲ୍ସ ବିଭାଗରେ ଜୟସ୍‌ ଅଗ୍ରୱାଲ ଓ ସାଥୀ ଦିବ୍ୟମ୍‌ କେଜ୍ରିୱାଲ ଚମ୍ପିଆନ ହୋଇଥିବା ବେଳେ ମହମ୍ମଦ ଇର୍ଫାନ ଓ ସାଥୀ ନିତିଶ ପ୍ରଧାନ ରନର୍ସ ଅପ୍‌ ହୋଇଥିଲେ । ଭେଟେରାନ ବିଭାଗର ୩୫ର୍‌ୁ ୪୫ ବୟସ ବର୍ଗରେ ମନୋଜ ବେହେରା ଚମ୍ପିଆନ ଓ ଦିବ୍ୟ ଲୋଚନ ଦାଶ ନରର୍ସ ଅପ । ଏହି ବୟସ ବର୍ଗର ଡବଲ୍ସ ବିଭାଗରେ ଅମ୍ବିକା ନାୟକ ଓ ସାଥୀ ମାନସ ମହାନ୍ତି ଚମ୍ପିଆନ ହୋଇଥିବା ବେଳେ ସାଥୀ ପୂର୍ଣ୍ଣଚନ୍ଦ୍ର ପଟେଲ ରନର୍ସ ଅପ୍‌ ହୋଇଥିଲେ । ଠିକ୍‌ ସେହିପରି ୪୫ ରୁ ୫୫ ବର୍ଷ ବର୍ଗରେ ମନୋରଂଜନ ପଣ୍ଡା ଚମ୍ପିଆନ ଓ ଏସକେ ବେହେରା ରନର୍ସ ଅପ୍‌ ହୋଇଥିଲେ । ଏହି ବର୍ଗରେ ଡବଲ୍ସରେ ଏସକେ ବେହେରା ଓ ଜେବି ପୂଜାରୀ ଚମ୍ପିଆନ ହୋଇଥିବା ବେଳେ ବେଣୁଧର ପାଣ୍ଡେ ଓ ସାଥୀ ଘନଶ୍ୟାମ ମିଶ୍ର ରନର୍ସ ଅପ୍‌ ଆଖ୍ୟା ଅର୍ଜନ କରିଥିଲେ । ଜିଲ୍ଲା ସଂଘ ସଂପାଦକ ସୁରୁଲାଲ ମଟାରୀଙ୍କ ସଂଯୋଜନାରେ ଆୟୋଜିତ ଉଦ୍‌ଯାପନୀ ସଭାରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେତାମାନଙ୍କୁ ପୁରସ୍କୃତ କରିଥିଲେ । ପ୍ରତିଯୋଗିତାକୁ ରାଜ୍ୟ ସଂଘ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଅମ୍ପାୟାରମାନଙ୍କ ଦ୍ୱାରା ପରିଚାଳନା ହୋଇଥିଲା ।

jay balangir
Leave A Reply

Your email address will not be published.

sixteen + two =

error: Content is protected !!