csstore

ଓଡିଶାର ବରପୁତ୍ରମାନଙ୍କ ଉପରେ ଆଲୋଚନା ଚକ୍ର କାର୍ଯ୍ୟକ୍ରମ

କେସିଙ୍ଗା, (ପ୍ରୀତେଶ ପଟେଲ) : କଲାହାଣ୍ଡି ଜିଲ୍ଲା କେସିଙ୍ଗା ନଗର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପ୍ରଥମ ଓଡ଼ିଆ ପକ୍ଷ-୨୦୨୫ ପାଳନ ଅବସରରେ ଓଡ଼ିଶାର ବରପୁତ୍ରମାନଙ୍କ ଉପରେ ଏକ ଆଲୋଚନାଚକ୍ର ପ୍ରଧାନ ଶିକ୍ଷକ ସମୀର କୁମାର ବେହେରାଙ୍କ ସଭାପତିତ୍ୱରେ ସଫଳତାର ସହ ଆୟୋଜିତ ହୋଇଯାଇଛି । ରଞ୍ଜନ କୁମାର ପଣ୍ଡା, ଓଡ଼ିଆ ଅଧ୍ୟାପକ, ଆଞ୍ଚଳିକ ବସ୍ତ୍ରାଣି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସାନ ଚେରଗାଁ, ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଓଡ଼ିଶାରେ ସ୍ୱାଧୀନତା ସଂଗ୍ରାମର ଯୋଦ୍ଧାମାନଙ୍କର ଗୌରବଗାଥା ଏବଂ ଓଡ଼ିଆ ଭାଷାର ଅସ୍ମିତାର ପ୍ରାସଙ୍ଗିକ ଉପାଦେୟତା ସମ୍ପର୍କରେ ଆଲୋକପାତ କରିଥିଲେ । ବିଦ୍ୟାଳୟର ସଭାପତି ଶିବ ପ୍ରସାଦ ସାହୁ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ଆଲୋଚନାରେ ସମୀର କୁମାର ବେହେରା, ହରପ୍ରିୟା ରାୟ, କହ୍ନେଇଲାଲ୍ ସାହୁ, ସୁନୀଲ୍ କୁମାର ପାତ୍ର, ରୁନିଷା ପ୍ରଧାନ, କୁନା ସେଠୀ, ହେମନ୍ତ କୁମାର ମହୁଲିଆ, ମାନସୀ ନାୟକ, ପଦ୍ମନାଭ ରଣା, ମୋନାଲିସା ନାୟକ, ସୁଶ୍ରୀ ଦୀପିକା ମାଝୀ ଏବଂ ଜି.କ୍ରିଷ୍ଣା ରେଡ୍ଡୀ ନିଜର ଭିତ୍ତି ପ୍ରବନ୍ଧ ପାଠ କରିଥିଲେ । ବିଦ୍ୟାଳୟର ସମସ୍ତ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ ଦ୍ଵାରା ଓଡିଶା ସରକାର ଓଡିଶାର ଇତିହାସ ଲୋକମାନ ପାଖରେ ପହଞ୍ଚାଇବାର ଏକ ପ୍ରୟାସ ।

jayashree
Leave A Reply

Your email address will not be published.