pakka

ବୃଦ୍ଧା ମହିଳାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ : ୪ ଗିରଫ

bbehera

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଥାନା ଉପକଣ୍ଠ ଡୁମେରଚୁଆଁ ଗ୍ରାମରେ ଗୁରୁବାର ରାତିରେ ଜଣେ ବୃଦ୍ଧା ମହିଳାଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି । ପ୍ରାପ୍ତ ସୂଚନା ଅନୁସାରେ ହିଆଁଲ ପଂଚାୟତର ଡୁମେରଚୁଆଁ ଗାଁର ଜଣେ ୬୫ବର୍ଷ ବୃଦ୍ଧାଙ୍କୁ ଚାରି ଜଣ ବ୍ୟକ୍ତି ଗଣ ଦୁଷ୍କର୍ମ କରିଥିବା ଜଣାପଡିଛି । ପୋଲିସର ତଦନ୍ତ ଓ ପୀଡିତାଙ୍କ ବୟାନ ଅନୁଯାୟୀ ଦୁଷ୍କର୍ମକାରୀ ଡୁମେରଚୁଆଁର ପରମେଶ୍ୱର ସୁନା(୩୦), ହିରାକଂଜ ମାଝି(୩୦), ଦୁଆରୁ କଟା (୩୭) ଓ ବାରୁ କୁମ୍ଭାର (୫୦) ବୋଲି ତଦନ୍ତକାରୀ ପୋଲିସ ଅଧିକାରୀ ଆଇ.ଆଇ.ସି. ରଶ୍ମିତା ବେହେରାଙ୍କଠାରୁ ପ୍ରକାଶ । ଏହି ଦୁଷ୍କର୍ମ ଘଟଣାରେ ପୋଲିସ ଏକ ମାମଲା ନଂ.୨୪୯/୨୩ ଦଫା ୩୦୭, ୩୭୬/୩୪ ଆଇ.ପି.ସି. ରୁଜୁ କରି ଅଟକ ୫ଜଣଙ୍କ ମଧ୍ୟରୁ ଜଣେ ବୃଦ୍ଧଙ୍କ ଏଥିରେ ସଂପୃକ୍ତି ନ ଥିବାରୁ ପୋଲିସ ତାଙ୍କ ଛାଡି ଦେଇଥିବା ବେଳେ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବ ବୋଲି ସୂଚନା ଦେଇଛି । ଡୁମେରଚୁଆଁ ଓଭର ହେଡ ପାଣି ଟାଙ୍ଗି ନିକଟରେ ପୀଡିତାଙ୍କ ଏକ ନୂତନ ଘର କାମ ଚାଲିଥିବା ବେଳେ ଘର ନିର୍ମିତ ସାମଗ୍ରୀ ଜଗିବା ପାଇଁ ରାତିରେ ଓଭର ହେଡ ପାଣି ଟାଙ୍କି ନିକଟ ପାଚେରୀରେ ପାଲ ଢାଙ୍କି ପିଡିତା ରହୁଥିଲେ । ଶୁକ୍ରବାର ଦିନ କଂଟାବାଂଜି ପୋଲିସ ଏସ୍‌.ଡି.ପି.ଓ. ଗୌରାଙ୍ଗ ଚରଣ ସାହୁ, ତଦନ୍ତକାରୀ ପୋଲିସ ଅଧିକାରୀ ଶ୍ରୀମତୀ ବେହେରା ଓ ବଲାଙ୍ଗିର ଫରେନସିକ ସାଇଂଟିଫିକ ଟିମ୍‌ ଘଟଣାସ୍ଥଳରେ ପହଂଚି ତଦନ୍ତ ପରେ ତଥ୍ୟ ଜଣାପଡିଛି ।

jay balangir
Leave A Reply

Your email address will not be published.

twenty − 17 =

error: Content is protected !!