csstore

ବଲାଙ୍ଗିର ପବ୍ଲିକ୍ ସ୍କୁଲର ଅଧ୍ୟକ୍ଷାଙ୍କ ଅବସର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପବ୍ଲିକ୍ ସ୍କୁଲର ଅଧ୍ୟକ୍ଷା ସୁଶ୍ରୀ ସରିତା ପଟ୍ଟନାୟକ ତାଙ୍କର ଚାକିରିରୁ ଅବସର ନେଇଛନ୍ତି । ବିଦାୟକାଳୀନ ସମାରୋହ ବିଦ୍ୟାଳୟ ମଞ୍ଚରେ ପରିଚାଳନା କମିଟିର ସଭାପତି ବିରେନ୍ଦ୍ର କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ସଂପାଦକ ଗୋପାଳ କୃଷ୍ଣ ସିଂହଦେଓ, କୋଷାଧ୍ୟକ୍ଷ ଆଲୋକ ରଂଜନ ବେଦବାକ, ସଭ୍ୟ ବାଦଲ ମହାକୁର, ସଭ୍ୟ ଶିରିଶ ଚନ୍ଦ୍ର ହୋତା, ସଭ୍ୟ ସଞ୍ଜିବ ହୋତା ପ୍ରମୁଖ ଯୋଗ ଦେଇ ଅଧ୍ୟକ୍ଷାଙ୍କ ଚାକିରି ଜୀବନର କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ଉପସ୍ଥାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ହରେକୃଷ୍ଣ ନାୟକ, ସତ୍ୟନାରାୟଣ ଦାସ, ଦୀପକ ବରାଡ଼, ଶାଶ୍ୱତ ପଣ୍ଡା ଶିକ୍ଷୟିତ୍ରୀ ସୁଜାତା ପଟ୍ଟନାୟକ ପ୍ରମୁଖ ତାଙ୍କର ବକ୍ତବ୍ୟ ରଖିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିବା ସହ ଅଧ୍ୟକ୍ଷାଙ୍କ କର୍ମମୟ ଜୀବନ ଉପରେ ଆଲୋଚନା କରିଥିଲେ । ବିଦ୍ୟାଳୟର ଉପାଧ୍ୟକ୍ଷ ସତିଶ ପଧାନ କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହ ସୁଶ୍ରୀ ଅଧ୍ୟକ୍ଷାଙ୍କୁ ଉପଢୌକନ, ମାନପତ୍ର ଓ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀଙ୍କ ସହିତ ଛାତ୍ରଛାତ୍ରୀମାନେ ଯୋଗଦେଇ ଅଧ୍ୟକ୍ଷାଙ୍କୁ ତାଙ୍କ ଘର ପର୍ଯ୍ୟନ୍ତ ବାଟୋଇ ଦେଇଥିଲେ ।

jayashree
Leave A Reply

Your email address will not be published.