oom

ସ୍ୱର୍ଗତ ପ୍ରଫୁଲ୍ଲ ଦାସଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳନ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭୂତିଆର ବାହାଲ ଗ୍ରାମ ପଞ୍ଚାୟତ କୁଠୁର୍ଲା ଗ୍ରାମରେ ସ୍ବର୍ଗତ ପ୍ରଫୁଲ୍ଲ ଦାସଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳନ ହୋଇଯାଇଛି । ଏହି ଅବସରରେ ଅଧ୍ୟାପକ ରାମଶରଣ ହୋତାଙ୍କ ପୌରାହିତ୍ୟରେ ବଲାଙ୍ଗିର ବ୍ଲକର ପୂର୍ବ ଚେୟାରମେନ ଗୋଲାପ ବାଗ, ଭୂତିଆର୍ ବହାଲ ସରପଞ୍ଚ ନୀଳମଣି ସେଠ୍, ସମିତି ସଭ୍ୟ ଶ୍ରୀବତ୍ସ ସାହୁ, ସାହଜବାହାଲ୍ ପଞ୍ଚାୟତ ପୂର୍ବ ସରପଞ୍ଚ ପ୍ରଦ୍ୟୁମ୍ନ ହୋତା, ଗୌନ୍ତିଆ ଧନଞ୍ଜୟ ଦାସ ସମ୍ମାନିତ ଅଥିତି ଭାବେ ଯୋଗ ଦେଇଥିଲେ । ଅତିଥି ମାନେ ଦିବଂଗତ ଆତ୍ମାର ସଦ୍‌ଗତି ପାଇଁ ଦୁଇ ମିନିଟ୍ ନିରବ ପ୍ରାର୍ଥନା ଓ ପୁଷ୍ପ ଅର୍ପଣ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଶ୍ରୀ ବାଗ ତାଙ୍କ ଅଭିଭାଷଣରେ ସ୍ବର୍ଗତ ଦାସଙ୍କର ଅମାୟିକ ଗୁଣ, ସରଳ ସ୍ୱଭାବ, ଅନ୍ୟମାନଙ୍କୁ ସାହାଯ୍ୟ କରିବା ଗୁଣ ଯୋଗୁ ଜିଲ୍ଲାର ବରିଷ୍ଠ ଅଧିକାରୀ, ବିଜୁ ଜନତା ଦଳର ବରିଷ୍ଠ ନେତା ମାନଙ୍କ ପ୍ରିୟ ଭାଜନ ହୋଇପାରିଥିଲେ ବୋଲି ବର୍ଣ୍ଣନା କରିଥିଲେ । ଶ୍ରୀ ସାହୁ ସ୍ବର୍ଗତ ଦାସଙ୍କ ସହିତ ତାଙ୍କର ତିରିଶ ବର୍ଷର ଆତ୍ମୀୟତା, ତାଙ୍କର ବହୁମୁଖୀ ପ୍ରତିଭା, ସମବାୟ ଆନ୍ଦୋଳନ ପ୍ରତି ତାଙ୍କ ଅବଦାନ ବିଷୟରେ ପୁଙ୍ଖାନୁପୁଙ୍ଖ ବିବରଣୀ ଦେଇଥିଲେ । ପ୍ରଦ୍ୟୁମ୍ନ ହୋତା ସ୍ବର୍ଗତ ଦାସ ତାଙ୍କ ଗ୍ରାମର ସର୍ବାଙ୍ଗୀନ ଉନ୍ନତି ପାଇଁ କିପରି ଚେଷ୍ଟିତ ଥିଲେ ଓ ବଲାଙ୍ଗିର ବିଜୁ ଜନତା ଦଳର କିପରି ଜଣେ ଶୃଙ୍ଖଳିତ କର୍ମୀ ଥିଲେ ବର୍ଣ୍ଣନା କରିଥିଲେ । ଅଧ୍ୟାପକ ହୋତା ସ୍ବର୍ଗତ ଦାସଙ୍କ ବହୁମୁଖୀ ପ୍ରତିଭା ଯଥା ସମାଜ ସେବା, ଗାଁରେ ବନୀକରଣ, ପରିବେଶ ସଚେତନତା, ଅଞ୍ଚଳରେ ପଚାଶରୁ ଅଧିକ ମିଲକ୍ ୟୁନିଅନ ପ୍ରତିଷ୍ଠା, ଗାଁର ଯୁବକ ସଂଘକୁ ଜାତୀୟ ସ୍ତରରେ ପ୍ରତିଷ୍ଠିତ କରିବା ସମ୍ପର୍କରେ ଅଭିଭାଷଣ ରଖିଥିଲେ । ଗ୍ରାମର ଯୁବପିଢି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ । ଶେଷରେ ଗୌନ୍ତିଆ ଦାସ ଧନ୍ୟବାଦ ଦେଇଥିଲେ । ସଭାର ପରିଚାଳନା କରିଥିଲେ କମଳ ଚାନ୍ଦ ।

jittmm
Leave A Reply

Your email address will not be published.