କଥା ଦେଇ କଥା ରଖିଲେ ସରପଞ୍ଚ ପଙ୍କଜିନୀ ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : କଥା ଦେଇ କଥା ରଖିଛନ୍ତି ସରପଞ୍ଚ ପଙ୍କଜିନୀ ସାହୁ । ଚନ୍ଦନଭାଟୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାଲେପାଲି ଗ୍ରାମରେ ପାଣି ସମସ୍ୟା ରହି ଆସୁଥିଲା । ଏଥିପାଇଁ ସ୍ଥାନୀୟ ଜନ ପ୍ରତିନିଧି ତଥା ପ୍ରଶାସନ ଅଧିକାରୀ ମାନଙ୍କୁ ଗୁହାରି କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିନଥିଲା । ତେବେ ଗତ ନିର୍ବାଚନ ସମୟରେ ବର୍ତ୍ତମାନର ସରପଞ୍ଚ ଏହି ପାଣି ସମସ୍ୟାକୁ ଦୂର କରିବେ ବୋଲି ପ୍ରତିଶୃତି ଦେଇଥିବା ବେଳେ ସରପଞ୍ଚ ହେବା ପରେ ପାଣି ଯୋଗାଇଛନ୍ତି ଯାହାକୁ ନେଇ ଗ୍ରାମବାସୀମାନେ ଖୁସୀ ବ୍ୟକ୍ତ କରିବା ସହ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.