ଭୀମ ଭୋଇ ମେଡିକାଲ କଲେଜ ଛାତ୍ର ମୃତ୍ୟୁର ନିରପେକ୍ଷ ତଦନ୍ତ ଦାବୀ କଲା ଛାତ୍ର କଂଗ୍ରେସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଛାତ୍ର ନିଶାନ୍ତ ମୃତ୍ୟୁ ଘଟଣାକୁ ନେଇ ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସ କମିଟି ତରଫରୁ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରାଗଲା । ଏହି ଅବସରରେ ଜିଲ୍ଲା ଛାତ୍ର କଂଗ୍ରେସ କମିଟି ସଭାପତି ଅଙ୍କିତ ସାହୁଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ପ୍ରତିନିଧି ଦଳ ଯାଇ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ କଲେଜରେ କିପରି ଭାବରେ ଛାତ୍ର ଛାତ୍ରୀଙ୍କୁ ରାଗିଙ୍ଗ କରି ମାନସିକ ଚାପ ପକାଯାଉଛି ଓ ଯେଉଁଥି ପାଇଁ କି ସେମାନେ ନିଜର ମାନସିକ ଭାରସାମ୍ୟ ହରାଇ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଏହି କିଛି ମାସ ମଧ୍ୟରେ ଛାତ୍ରୀ ନିରୂପମା ନନ୍ଦ ଓ ବର୍ତ୍ତମାନ କିଛିଦିନ ତଳେ ଛାତ୍ର ନିଶାନ୍ତ ମଧ୍ୟ ତାଙ୍କର ପ୍ରାଣ ହରାଇଛନ୍ତି ଏସବୁ ବିଷୟରେ ତାଙ୍କୁ ଅବଗତ କରାହେଲା । ଆଗାମୀ ଦିନରେ କିପରି ଭାବରେ ଭୀମ ଭୋଇ ମେଡିକାଲ କଲେଜରେ ରେଗିଙ୍ଗ ବନ୍ଦ ହେବ ଓ ଡାକ୍ତରୀ ଛାତ୍ର ନିଶାନ୍ତ ମୃତ୍ୟୁ ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ଏଥିରେ ଯେଉଁ ମାନେ ଦୋଷୀ ତାଙ୍କର ମୁଖା ଖୋଲି ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ତାଙ୍କୁ ଦାବୀ କରାହେଲା । ଜିଲ୍ଲାପାଳ ଶ୍ରୀ ରାଣା ତାଙ୍କ ଉତ୍ତରରେ କହିଛନ୍ତି ଏହି ଘଟଣାରେ ପୋଲିସ ତାର ତଦନ୍ତ ଜାରି ରଖିଛି ଓ ଏହା ଏକ ନିରପେକ୍ଷ ତଦନ୍ତ ହେବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ଏହି ବିକ୍ଷୋଭରେ ବଲାଙ୍ଗିର ନଗର କଂଗ୍ରେସ ସଭାପତି ବୁଲୁ ଦାନୀ, ଜିଲ୍ଲା କଂଗ୍ରେସ କମିଟି ଉପ-ସଭାପତି ମନୀଷ ମିଶ୍ର, ଜିଲ୍ଲା କିଷାନ କଂଗ୍ରେସ ସଭାପତି ସାନନ୍ଦ ମିଶ୍ର, କୈଳାଶ ମିଶ୍ର, ରାଜ୍ୟ ଛାତ୍ର କଂଗ୍ରେସ ସମ୍ପାଦକ ଅଜିତ ମହାନନ୍ଦ, ଜିଲ୍ଲା ଛାତ୍ର କଂଗ୍ରେସ କମିଟି ଉପ-ସଭାପତି ନିରଞ୍ଜନ ମିଶ୍ର, ଟୁଲୁ ସେନ, ବୁଲବୁଲ ପଟେଲ, ଅଞ୍ଚଳ ପଣ୍ଡା, ଜିଲ୍ଲା ଛାତ୍ର କଂଗ୍ରେସ ମୁଖପାତ୍ର ନୀତିଶ ପଧାନ, ଜିଲ୍ଲା ଛାତ୍ର କଂଗ୍ରେସ କମିଟି ସମ୍ପାଦକ ମନୋରଞ୍ଜନ ବିଶ୍ୱାଳ, ଅମ୍ରମ କଶ୍ୟପ, ସାଲୋମ ଏସ ସାଲୋମାନ, ଅଜୟ ନାଗ, ସାନୁ ମାନହୀରା, କାନହୁ ଚରଣ ବୋହିଦାର, ନିକେଶ କୁମ୍ଭାର, ରାକେଶ ମିଶ୍ର, ନୀତିଶ ପଟେଲ, ସମୀର କୁମ୍ଭାର, ପ୍ରଦୋଷ ପାଣିଗ୍ରାହୀ, ସୁରେନ୍ଦ୍ର ଅଶ୍ୱପାଳ, ସନତ ପଧାନ, ସୁମନ୍ତ ବିଭାର ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.