କିଡ଼୍‌ନୀ ରୋଗର ଚିକିତ୍ସା ବ୍ୟବସ୍ଥା ପାଇଁ ବଲାଙ୍ଗିର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ କୁଦୋପାଲିର ଗ୍ରାମବାସୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା କୁଦୋପାଲିର ଗ୍ରାମବାସୀ କିଡ଼୍‌ନୀ ରୋଗର ଚିକିତ୍ସା ବ୍ୟବସ୍ଥା ପାଇଁ ବଲାଙ୍ଗିର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ଉଚିତ ଚିକିତ୍ସା ଯୋଗାଇ ଦେବା ପାଇଁ ଦାବୀ କରିଛନ୍ତି । ଗ୍ରାମବାସୀଙ୍କ କହିବାନୁସାରେ ବଲାଙ୍ଗିରରେ ଏହି ରୋଗର ଚିକତ୍ସା ହୋଇପାରୁ ନଥିବା ବେଳେ ଏହାର ଉଚିତ ଚିକିତ୍ସା ପାଇଁ ଜିଲ୍ଲା ବାହାରକୁ ଯିବା ପାଇଁ ପଡୁଛି । ଅନ୍ୟପଟେ ଚିକିତ୍ସା ପାଇଁ ବାହାରକୁ ଯିବା ନିମନ୍ତେ ଅର୍ଥ ବାଧକ ସାଜୁଛି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି । ସେଥିପାଇଁ ଜିଲ୍ଲାପାଳ ଏହାକୁ ଆଖି ଆଗରେ ରଖି ତୁରନ୍ତ କିଡ଼୍‌ନୀ ରୋଗର ଚିକିତ୍ସା ବ୍ୟବସ୍ଥା କରନ୍ତୁ ବୋଲି ଗ୍ରାମବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.