csstore

ଓଡିଶା ଗୋଷ୍ଠୀ ସହାୟିକା ସଂଘର ଜିଲ୍ଲାସ୍ତରୀୟ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ସ୍ଥିତ ଯାଦବ ଭବନ ଠାରେ ଓଡିଶା ଗୋଷ୍ଠୀ ସହାୟିକା ସଂଘର ଜିଲ୍ଲା ବୈଠକ ଚମ୍ପେଶ୍ୱରୀ ଶବରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ମୁଖ୍ୟ ଅତିଥି ଏଆଇଟିୟୁସି ଜିଲ୍ଲା ସଭାପତି ସାଥୀ ବିଭୁଦତ୍ତ ମିଶ୍ର ଏବଂ ସମ୍ମାନିତ ଅତିଥି ଭାବେ ଏଆଇଟିୟୁସିର ଜିଲ୍ଲା ଉପସଭାପତି ତଥା ନିଖିଳ ଓଡିଶା ଆଶା କର୍ମୀ ସଂଘ ଜିଲ୍ଲା ସଭାପତି ସାଥୀ ତୀର୍ଥ ପଧାନ ଯୋଗଦେଇ ଗୋଷ୍ଠୀ ସହାୟିକାମାନଙ୍କର ବିଭିନ୍ନ ଅସୁବିଧା ଗୁଡିକୁ ଆଖି ଆଗରେ ରଖି ଏହାର ତୁରନ୍ତ ସମାଧାନ ପାଇଁ ସରକାରଙ୍କୁ ଚେତାବନୀ ଦେଇଥିଲେ । ସଂଘର ଜିଲ୍ଲା ସଂପାଦିକା ସାଥୀ ଲକି ହୋତା ବିବରଣୀ ପାଠ କରି ଦାବୀ ପୁରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ପାଇଁ ପ୍ରସ୍ତୁତ ରହିବାକୁ ସମସ୍ତ ସଦସ୍ୟାମାନଙ୍କୁ ଆହ୍ୱାନ ଦେଇଥିଲେ । ନିଯୁକ୍ତି ପରଠାରୁ ସମସ୍ତ ବକେୟା ରାଶି ତୁରନ୍ତ ନିୟମିତ ପ୍ରଦାନ କରିବାକୁ ଏବଂ ସମଗ୍ର ଜିଲ୍ଲାରେ ସମାନ ଅନୁପାତରେ ପାରିଶ୍ରମିକ ଦେବା ପାଇଁ ଦାବୀ କରାଯାଇଥିଲା । ବିଶେଷ କରି ବଲାଙ୍ଗିର ସଦର ବ୍ଲକରେ ଦୀର୍ଘ ଦିନ ଧରି ବକେୟା ରାଶି ତଥା ପ୍ରୋତ୍ସାହନ ରାଶି ନ ମିଳୁଥିବାରୁ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇବା ସଙ୍ଗେ ସଙ୍ଗେ ଆଗାମୀ ୭ ଦିନ ଭିତରେ ଏହାର ସମାଧାନ କରାନଗଲେ ସଂଘ ବାଧ୍ୟ ହୋଇ ଆନ୍ଦୋଳାତ୍ମକ ପନ୍ଥା ଗ୍ରହଣ କରିବ ବୋଲି ସର୍ବ ସମ୍ମତିକ୍ରମେ ବୈଠକରେ ନିଷ୍ପତ୍ତି ହୋଇଥିଲା । ମଂଜୁଶ୍ରୀ ମଲ୍ଲିକ, ପାର୍ବତୀ ତ୍ରିପାଠି, ନବାସିନୀ ପଟେଲ, ସଂଗିତା ମେହେର, ମୁକ୍ତାମଣି ରାୟ, ମିନା ପଟେଲ, କୁନ୍ତି କଅଁର, ଚଞ୍ଚଳା ରଣା, ମହିନ୍ଦ୍ରୀ ଜେନା, ପ୍ରଭାସିନି ରଣା, ତପସ୍ମିନୀ ପ୍ରଧାନ, ଜ୍ୟୋସ୍ନାରାଣୀ ଭାଟି, ଉମି ଗୁପ୍ତା, ସାହେବ ନନ୍ଦ, ଦୁର୍ଯ୍ୟୋଧନ ବିଶ୍ୱାଲ, ଜ୍ୟୋତିଷ ହୋତା ଇତ୍ୟାଦି ବୈଠକରେ ଭାଗ ନେଇ ନିଜର ମତାମତ ରଖିଥିଲେ ।

jayashree
Leave A Reply

Your email address will not be published.