ମରଣଯନ୍ତା ସାଜିଛି ବିଜୁ ଏକ୍ସପ୍ରେସ ସଡ଼କ : ଶୀଘ୍ର ମରାମତି ନ କଲେ ରାସ୍ତା ଅବରୋଧ କରିବା ପାଇଁ ଚେତାବନୀ ଦେଲେ ସ୍ଥାନୀୟ ଲୋକେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଭାଙ୍ଗଖୁଟି ଛକ ପାଖରେ ଥିବା ସହଭାଗୀ ବିକାଶ ଅଭିଯାନ କେନ୍ଦ୍ର ପାଖରେ ବିଜୁ ଏକ୍ସପ୍ରେସ ସଡ଼କ ମରଣଯନ୍ତା ପାଲଟିଛି । ପୂର୍ତ୍ତ ବିଭାଗ ତରଫରୁ ହେଉଥିବା ଉକ୍ତ କାମକୁ ଠିକାଦାର ତଥା ଯନ୍ତ୍ରୀ ଠିକ ଭାବେ ନିର୍ମାଣ କରୁନଥିବା ଯୋଗୁଁ ସାଧାରଣ ଲୋକେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ବରଗଡ଼ରୁ ନୂଆପଡ଼ା ପର୍ଯ୍ୟନ୍ତ ତିଆରି ହେଉଥିବା ବିଜୁ ଏକ୍ସପ୍ରେସ ସଡ଼କ ନିର୍ମାଣ ଧୀର ଗତିରେ ଚାଲୁଛି, ଏନେଇ ସ୍ଥାନୀୟ ଲୋକମାନେ ପଦ୍ମପୁର ପୂର୍ତ୍ତ ବିଭାଗ ଅଧିକାରୀମାନଙ୍କୁ ବାରମ୍ବାର ଅଭିଯୋଗ କଲେ ସୁଦ୍ଧା ସେମାନେ ନିଦା ବିଷ୍ଣୁ ସଜିଛନ୍ତି । ଏହି ପାଖେ ଲଗାତାର ଭାବେ ଅନେକ ଦୁର୍ଘଟଣା ଘଟି ଲୋକେ ମୃତାହତ ହୋଇଛନ୍ତି । ଆଗାମୀ ଦିନରେ ଏହି ରାସ୍ତା ମରାମତି ନ କଲେ ରାଜପଥକୁ ଅବରୋଧ କରିବେ ବେଲି ସ୍ଥାନୀୟ ଜନସାଧାରଣ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.