jsm

୨୬ ନଂ ଜୋନ୍‌ର ବିଭିନ୍ନ ପଞ୍ଚାୟତର ପାଣି ଟାଙ୍କିମାନଙ୍କର ପରିଦର୍ଶନ କଲେ ଜିଲ୍ଲା ପରିଷଦ ଶ୍ରୀମତି ଅନିମା ଦାଶ

csstore

ବେଲପଡା, (କେପିଏନ୍‌ଏସ୍‌) : ଆଜି ୨୬ ନଂ ଜୋନ୍‌ର ବିଭିନ୍ନ ପଞ୍ଚାୟତ ଧୁମାଭଟା, ମଣ୍ଡଳ, ମଧ୍ୟପୁର, ସୁଲେକେଲା ପଞ୍ଚାୟତର ନିର୍ମାଣାଧିନ ପାଣିଟାଙ୍କିମାନଙ୍କର ପରିଦର୍ଶନ କରିଥିଲେ ୨୬ ନଂ ଜୋନ୍‌ର ଜିଲ୍ଲା ପରିଷଦ ଶ୍ରୀମତି ଅନିମା ଦାଶ । ଅନେକଗୁଡ଼ିଏ ସମସ୍ୟା ଦେଇ ଏହି ସବୁ ପ୍ରକଳ୍ପ ଗତି କରୁଥିବା ସେ ହୃଦୟଙ୍ଗମ କରିବା ସହିତ ପ୍ରସାଶନର ଉଦାସୀନତା ମନୋଭାବ ଯୋଗୁଁ କୋଟି କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ ହେଉନଥିବା ସେ ଅଭିଯୋଗ କରିଛନ୍ତି । ବର୍ଷ ବର୍ଷ ଧରି ବିଭିନ୍ନ ପ୍ରକଳ୍ପ ନିର୍ମାଣ ହୋଇ ମଧ୍ୟ ଆଜି ପର୍ଯ୍ୟନ୍ତ ପଡ଼ିରହିଛି ଓ ପ୍ରସାଶନ ନିରବ ଦ୍ରଷ୍ଟା ସାଜିଛି ବୋଲି ଅଭୀଯୋଗ ହୋଇଛି । ଧୁମାଭଟା ପାଣିଟାଙ୍କିର କାମ ମନ୍ଥର ଗତିରେ ଚାଲିଛି, ଲୋକେ ହାହାକାର ହେଲେ ବି କାହାକୁ ଶୁଣାଯାଉ ନାହିଁ, ମଧ୍ୟପୁର ଗ୍ରାମର ପାଣିଟାଙ୍କିକୁ ୧୦ ବର୍ଷ ହେଲାଣି କିନ୍ତୁ ଆଜି ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ହୋଇ ପାରିଲା ନାହିଁ । ନୂତନ ଟେଣ୍ଡର ହୋଇ କାମ ଚାଲୁଛି କିନ୍ତୁ ଏଠି ବି ସେ ସମାନ ଅବସ୍ଥା, କେନକେବା ଗ୍ରାମରେ ନିର୍ମାଣ ହୋଇଥିବା କୂଅ ଲାନ୍ଥ ନଦୀ ସ୍ରୋତରେ ଭାଷି ଯାଇଛି, ସୁଲେକେଲା ଗ୍ରାମର ପାଣିଟାଙ୍କି ୧୦ ବର୍ଷ ହେଲାଣି ଛିଡ଼ା ହୋଇଛି କିନ୍ତୁ ଏ ପର୍ଯ୍ୟନ୍ତ ପାଣି ଟୋପାଏ ପାଇ ପାରିଲେ ନାହିଁ । ସୁଲେକେଲାବାସୀ ଏସବୁ ଦେଖି ଉଦ୍‌ବେଗ ପ୍ରକାଶ କରିବା ସହିତ ବେଲପଡ଼ା ବ୍ଲକରେ ଜଳ ଯୋଗାଣ ପ୍ରକ୍ରିୟା ଉପରେ ବଡ଼ ପ୍ରଶ୍ନ ଚିହ୍ନ ମାରିଛନ୍ତି ଜିଲ୍ଲା ପରିଷଦ ତୁରନ୍ତ ସମସ୍ତ ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବା ନେଇ କହିଛନ୍ତି ଜିଲ୍ଲା ପରିଷଦ ଶ୍ରୀମତୀ ଅନିମା ଦାସ ଆଜିର ଏ ଗସ୍ତ କାର୍ଯ୍ୟକ୍ରମରେ ଧୁମାଭଟା ସରପଞ୍ଚ ବନମାଳି ନାଏକ, ମଧ୍ୟପୁର ସରପଞ୍ଚ ରାମଗୋପାଲ ନାଏକ, ସୁଲେକେଲା ସରପଞ୍ଚ ଚିରାଗୁନ୍, ୨୬ ନଂ ଜୋନ ସଭାପତି କୁନୁ ମୁଣ୍ଡା, ସାଂସଦ ପ୍ରତିନିଧି ପ୍ରଶାନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.