jsm

ଟିମନପୁର ଠାରେ ବ୍ଲକସ୍ତରୀୟ ସ୍ୱାସ୍ଥ୍ୟମେଳା

csstore

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଆଦର୍ଶ ବିଦ୍ୟାଳୟ ଟିମନପୁର ଠାରେ ବ୍ଲକସ୍ତରୀୟ ସ୍ୱାସ୍ଥ୍ୟମେଳା ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନା ଆଧାରିତ କାର୍ଯ୍ୟକ୍ରମରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଶୁଭ ଉଦ୍‌ଘାଟନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ଜିଲ୍ଲା ଚେୟାରମ୍ୟାନ ଡ଼ଳିମାଝୀ, ବ୍ଲକ ଚେୟାରମ୍ୟାନ, ମାଧୁରୀ ମାଝୀ, ୧୪ ନଂ ଜୋନ ଜିଲ୍ଲା ପରିଷଦ ଆଶା ଜେନ୍‌ ୧୩ ନଂ ଜୋନ ଯାଜ୍ଞସେନୀ କଟା, ଜିଲ୍ଲା ସଭାପତି ସୁବ୍ରତ ଠାକୁର, ବ୍ଲକ ଭାଇସ ଚେୟାରମ୍ୟାନ ମିନାଖି ଘିବେଲା, ସିନାପାଲି ସମିତି ସଭ୍ୟ ମନିଷ ପଟେଲ ପ୍ରମୁଖ ଯୋଗଦାନ କରିଥିଲେ । ଏହି ସ୍ୱାସ୍ଥ୍ୟ ମେଳାରେ ସିନାପାଲି ଅଞ୍ଚଳର ବିଭିନ୍ନ ଗାଁରୁ ଶତାଧିକ ବିଭିନ୍ନ ପ୍ରକାରର ରୋଗୀ ଉପସ୍ଥିତ ରହି ସ୍ୱାସ୍ଥ୍ୟ ମେଳାରେ ନିଜର ରୋଗ ସମ୍ପର୍କରେ ପରୀକ୍ଷା ନିରୀକ୍ଷ କରାଇ ଡ଼ାକ୍ତରଙ୍କ ପରାମର୍ଶ ଗ୍ରହଣ କରିଥିଲେ । ଏହି ସ୍ୱାସ୍ଥ୍ୟ ମେଳା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଶୋଭାରାଣୀ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳିତ କରିଥିବା ବେଳେ ସ୍ତ୍ରୀ ରୋଗ ବିଶେଷଜ୍ଞ ଡ଼ାକ୍ତର ଭୁବନେଶ୍ବର ମିଶ୍ର, ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରଡ ଡ଼ାକ୍ତର ଶ୍ରୀମାନ ସାହୁ ସମେତ ଅନେକ ବିଶେଷଜ୍ଞ ଯୋଗଦାନ କରି ରୋଗୀ ମାନଙ୍କୁ ପରାମର୍ଶ ପ୍ରଦାନ କରିଥିଲେ । ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସିନାପାଲି ପୋଲିସ ସମେତ ସିନାପାଲି ଦମକଳ ବାହିନୀ ପ୍ରମୁଖ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.