ସ୍ମୃତି ସଂସଦ ତରଫରୁ କୋଶଳ ବାଲ୍ମିକୀ କବି ହେମଚନ୍ଦ୍ର ଆଚାର୍ଯ୍ୟଙ୍କ ୯୭ତମ ଜୟନ୍ତୀ ପାଳିତ

ସୋହେଲା, (କେପିଏନ୍‌ଏସ୍‌) : ସୋହେଲା ବ୍ଲକ ଅନ୍ତର୍ଗତ ଗର୍ଭଣାଠାରେ ହେମଚନ୍ଦ୍ର ସ୍ମୃତି ସଂସଦ ତରଫରୁ କୋଶଳ ବାଲ୍ମିକୀ କବି ହେମଚନ୍ଦ୍ର ଆଚାର୍ଯ୍ୟଙ୍କ ୯୭ତମ ଜୟନ୍ତୀ ବିଶିଷ୍ଟ ଶିକ୍ଷାବିତ ଗିରିଜା ଶଙ୍କର ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି । ମୁଖ୍ୟବକ୍ତା ଭାବରେ ଅଧ୍ୟାପକ ଟେକଚାନ୍ଦ ଦୁଆନ, ସମ୍ମାନିତ ଅତିଥି ଭାବେ ସମାଜସେବୀ ଅନିଲ ପଧାନ ଯୋଗଦାନ କରି କବି ହେମଚନ୍ଦ୍ର ଆଚାର୍ଯ୍ୟଙ୍କ ସାହିତ୍ୟ ଚର୍ଚ୍ଚା କରି ସ୍ମୃତିଚାରଣ କରିଥିଲେ । କେଦାରନାଥ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ପ୍ରହହ୍ଲାଦ ସାହୁ ଅତିଥି ପରିଚୟ ପ୍ରଦାନ, କୃଷ୍ଣଚନ୍ଦ୍ର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବ୍ରଜମଣୀ କୀର୍ତ୍ତନ ପରିଷଦ ତରଫରୁ କୃଷ୍ଣଚନ୍ଦ୍ର ପଧାନ ଏବଂ ସାଥୀ କବିଙ୍କ ରଚିତ କୀର୍ତ୍ତନ ଗୀତ ପରିବେଷଣ କରିଥିଲେ । ପୂର୍ଣ୍ଣଚନ୍ଦ୍ର ଆଚାର୍ଯ୍ୟ, ଶ୍ରୀମୁଖ ନାଏକ, ଭବାନୀ ବେହେରା, ନୀତିଶ ଆଚାର୍ଯ୍ୟ, ଦ୍ୟୁତିଶ ଆଚାର୍ଯ୍ୟଙ୍କ ସହ ବହୁ ସାହିତ୍ୟ ପ୍ରେମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!