jsm

ଗୋଡ ଭାଙ୍ଗିଥିବା ଲୋକଙ୍କୁ ସାହଯ୍ୟ କଲେ ନବ ନିର୍ବାଚିତ ସରପଞ୍ଚ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗୋଡ ଭାଙ୍ଗିଥିବା ଲୋକଙ୍କୁ ସାହଯ୍ୟ କଲେ ନବ ନିର୍ବାଚିତ ସରପଞ୍ଚ ପହିଲମାନ ସିଂ ବରିହା । ପଦ୍ମପୁର ଉପଖଣ୍ଡ ବ୍ଲକ୍ ଫିରିଙ୍ଗିମାଲ ଗ୍ରାମ ପଞ୍ଚାୟତ ନବ ନିର୍ବାଚିତ ସରପଂଚ ପହିଲମାନ ସିଂ ବରିହା ତାଙ୍କର ବାସ ଭବନକୁ ଯାଇ ଆଜି ତାଙ୍କର ସ୍ଵାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଥିଲେ । ସଂକରିପାଣି ଗ୍ରାମର ରାମଚନ୍ଦ୍ର ପାଣ୍ଡେ ଗତ ୩୦ ତାରିଖରେ ଗାଇସିଲେଟରୁ ନିଜ ଗ୍ରାମ ସଂକରିପାଣିକୁ ଫେରୁଥିବା ବେଳେ ଭୋଇପାଲି ନିକଟସ୍ଥ ବ୍ରିଜ ପାଖରେ ତାଙ୍କର ମଟର ସାଇକେଲ ଦୁର୍ଘଟଣା ହୋଇ ଯାଇଥିଲା । ଯାହା ଫଳରେ ତାଙ୍କର ଗୋଡ଼ ଟିଏ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା । ସେ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି ହୋଇ ନିଜର ଗୋଡ଼ରେ ଲୁହା ରଡ ଲଗାଇ ଫେରିଥିଲେ । ତେବେ ଆଜି ସରପଞ୍ଚଙ୍କ ସମେତ ତାଙ୍କର ଅନ୍ୟ ସହଯୋଗୀ ସୁନୀଲ ଭୋଇ, ସୁରେନ୍ଦ୍ର ସାହୁ, ସୁମନ୍ତ ଡନସନା, ରିଜନ ସିଂ ବରିହା, ସୀତରାମ ସାହୁ ସମସ୍ତ ବ୍ୟକ୍ତି ଉପସ୍ଥିତ ରହି ରାମଚନ୍ଦ୍ର ପାଣ୍ଡେଙ୍କ ଘରକୁ ଯାଇ ସ୍ୱାସ୍ଥ୍ୟବସ୍ଥା କଥା ବୁଝିବା ସହିତ ମଙ୍ଗଳ କାମନା କରିଥିଲେ ।

yuvodaya
Leave A Reply

Your email address will not be published.