ବିଲେଇସର୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମ ସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ୮ ଦିନିଆ ଆତ୍ମ ସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ୨୯ ଜଣ ଛାତ୍ରୀ ମାଷ୍ଟର ଟ୍ରେନର ସ୍ୱର୍ଣ୍ଣ ପ୍ରଭା ମେହେରଙ୍କ ଠାରୁ ଆତ୍ମ ରକ୍ଷା କୌଶଳ ସମ୍ପର୍କରେ ତାଲିମ ନେଇଥିଲେ । ଅଧ୍ୟକ୍ଷ ପୁରୁଷୋତ୍ତମ ଭଞ୍ଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ତାଲିମ ନେଇଥିବା ଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ଅଧ୍ୟକ୍ଷ ଶ୍ରୀ ଭଞ୍ଜ ନିଜ ବକ୍ତବ୍ୟରେ ପ୍ରଶିକ୍ଷାର୍ଥୀ ମାନଙ୍କୁ ଅସୁରକ୍ଷିତ ସମାଜରେ ନିଜକୁ ସୁରକ୍ଷିତ ରଖିବାକୁ ହେଲେ ଛାତ୍ରୀ ମାନଙ୍କୁ ଆତ୍ମ ସୁରକ୍ଷାର ଉପାୟ ଅବଲମ୍ବନ କରିବାକୁ ହେବ ବୋଲି ଉଦ୍‌ବୋଧନ ଦେଇଥିଲେ । ଶିବିରକୁ ସଂଯୋଜକ ତଥା ଖେଳ ଶିକ୍ଷକ ମିତ୍ରଭାନୁ ବିଶ୍ୱାଳ ପରିଚାଳନା କରିଥିବା ବେଳେ ଅଧ୍ୟାପକ ବୈବସୂତ ବିଶ୍ୱାଳ, ରୁଦ୍ରଧର ତ୍ରିପାଠୀ, ଚୈତନ୍ୟ ଦଣ୍ଡସେନା, ନିରୁପମା ସାହୁ, ନିଳାଚଳ ତ୍ରିପାଠୀ ଯୋଗ ଦେଇ ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ।

Leave A Reply

Your email address will not be published.