oom

ଲଳିତ ନାୟକଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପବିତ୍ର ରାମ ନବମୀ ତିଥିରେ ସ୍ୱର୍ଗତ ଲଳିତ ନାୟକଙ୍କ ପ୍ରତିମୂର୍ତ୍ତି ସ୍ଥାନୀୟ କେବିକେ ଆଇଟିଆଇ ପରିସରରେ ଉନ୍ମୋଚିତ ହୋଇଯାଇଛି । ଏହାକୁ ଟୁକୁନି ସାହୁ କ୍ୟାବିନେଟ ମନ୍ତ୍ରୀ ଶିଶୁ ବିକାଶ ଓ ମହିଳା ସଶକ୍ତିକରଣ ବିଭାଗ ମୁଖ୍ୟ ଅତିଥି, ସୁବାସ ଚନ୍ଦ୍ର ସିଂ ରାଜ୍ୟସଭା ସାଂସଦ ଓ କଟକ ମହାନିଗମ ମେୟର ଉଦ୍‌ଘାଟିକ ଓ ମହୀଧର ରଣା ବିଧାୟକ କଣ୍ଟାମାଳ ନିର୍ବାଚନ ମଣ୍ଡଳୀ, ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରତିମୂର୍ତ୍ତିକୁ ଉନ୍ମୋଚିତ କରିଥିଲେ ଓ ମଂଚାସୀନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଲଳିତ ନାୟକ ସ୍ମୃତି କମିଟିର ସଭାପତି ପ୍ରଭାସ ପାଣିଗ୍ରାହୀ, ଅଧ୍ୟକ୍ଷ ଜ୍ୟୋତି ରଂଜନ ନାୟକ, ସଂପାଦକ ପ୍ରଭାକର ମିଶ୍ର, ସହ-ସଂପାଦକ ରତନ କୁମାର ମାହାରଣା, ଉପଦେଷ୍ଟା ପଦ୍ମଚରଣ ଆଚାର୍ଯ୍ୟ, ଲଳିତ ନାୟକ ଫାଉଣ୍ଡେସନର ଅଧ୍ୟକ୍ଷ ଦୀପକ ରଂଜନ ନାୟକ ଓ ସତ୍ୟସୁନ୍ଦର ଭଂଜ ବରିଷ୍ଠ ସାମ୍ବାଦିକ ମଂଚାସୀନ ଥିଲେ । ଏହି ସଭାରେ ଅଧ୍ୟକ୍ଷତା କରିଥିଲେ ସଭାପତି ପ୍ରଭାସ କୁମାର ପାଣିଗ୍ରାହୀ । ଅତିଥିମାନେ ଲଳିତ ନାୟକଙ୍କର ଶ୍ରମିକ, କର୍ମଚାରୀ, ଖଟିଖିଆ, ମଜୁରିଆମାନଙ୍କର ଏକମାତ୍ର ଭରସା ଥିବା କଥା ସ୍ୱିକାର କରିଥିଲେ । ସେ କେବଳ ବଲାଙ୍ଗିର ନୁହେଁ ସମଗ୍ର ଓଡିଶାର ଦଳିତ, ନିସ୍ପେଷିତ ଜନତାର ସେବା କରୁଥିଲେ । ଲଳିତ ନାୟକଙ୍କର ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସହରର ଏକ ଜନଗହଳି ସ୍ଥାନରେ ପ୍ରତିଷ୍ଠା କରାଯିବା ନେଇ ଅତିଥିମାନଙ୍କୁ ଦାବୀ କରାଯାଇଥିଲା ଓ ପ୍ରତ୍ୟୁତ୍ତରରେ ମନ୍ତ୍ରୀ ଓ ଶ୍ରୀ ମେହେର ତଥା ବିଧାୟକ ପ୍ରକାଶ କରିଥିଲେ ଯେ ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାରଙ୍କ ପାଖରେ ଆଗାମୀ ଦିନରେ ଆଲୋଚନା କରି ନିଶ୍ଚିତ ଭାବରେ ଏକ ପୂର୍ଣ୍ଣବୟବ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ, ଯାହାକି ଲଳିତ ନାୟକଙ୍କ ପାଇଁ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ହେବ । ଏତଦ୍‌ ବ୍ୟତିତ ସ୍ମୃତି କମିଟି ଓ ଫାଉଣ୍ଡେସନର କର୍ମକର୍ତ୍ତାମାନଙ୍କୁ ପରାମର୍ଶ ଦେଇ ଶ୍ରୀ ସିଂ କହିଥିଲେ ଯେ ସ୍ୱର୍ଗତ ଲଳିତ ଦାଙ୍କ ପୁତୁରା ଦ୍ୱୟଙ୍କୁ ସମସ୍ତେ ସାହାଯ୍ୟ କରି ଦଳିତ, ନିସ୍ପେସିତ, ଖଟିଖିଆ ଦିନ ମଜୁରିଆ ତଥା ଅନ୍ୟାନ୍ୟ ଅନଗ୍ରସର ବର୍ଗର ଲୋକମାନଙ୍କୁ ସାହାଯ୍ୟ ସହଯୋଗ କରିବେ ଯାହା ଲଳିତ ଦାଙ୍କ ଆତ୍ମାକୁ ଶାନ୍ତିରେ ରଖିବ । ଆଜିର ସଭାକୁ ସଂଯୋଜନା କରିଥିଲେ ବରିଷ୍ଠ ସାମ୍ବାଦିକ ସତ୍ୟ ସୁନ୍ଦର ଭଞ୍ଜ ଓ ବକ୍ତବ୍ୟ ରଖିଥିଲେ ବରିଷ୍ଠ ସାମ୍ବାଦିକ ଓଟିଭି ମନରଂଜନ ଯୋଷୀ, ସମ୍ବାଦିକ ଧରିତ୍ରୀ ବିରେନ୍ଦ୍ର କୁମାର ଝାଙ୍କର, ନରସିଂ ଦୀପ, ଲୋଟସ ଷଡଙ୍ଗୀ, ପ୍ରତାପ ଚନ୍ଦ୍ର ରଥ, ସୋମନାଥ ମିଶ୍ର ଉପସ୍ଥିତ ଥିଲେ । ବିଷ୍ଣୁ ପ୍ରସାଦ କେଡିଆ, ଲକ୍ଷ୍ମଣ କୁମାର ମେହେର, ଉଚିତ ଚନ୍ଦ୍ର ପଣ୍ଡା, ଜୟ ପ୍ରକାଶ ପଣ୍ଡା, ଚାଇନା ମହାନ୍ତି, ସୁନିଲ ପାଣ୍ଡିଆ, ବିବେକା ପଟେଲ, ପୁଲିନ ମିଶ୍ର, ସଂଜିବ ସାହୁ, ସରିତା ଦାସ, ଆଇଟିଆଇର ଛାତ୍ର ଛାତ୍ରୀ ତଥା ଶିକ୍ଷକବୃନ୍ଦ, ବିଭିନ୍ନ କର୍ମଚାରୀ, ଶ୍ରମିକ ସଂଗଠନର କର୍ମକର୍ତ୍ତା ପ୍ରମୁଖ ଉତ୍ସାହିତ କରିଥିଲେ । ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ସଂପାଦକ ପ୍ରଭାକର ମିଶ୍ର ।

jittmm
Leave A Reply

Your email address will not be published.