ତେଜସ୍ୱିନୀ ସାହିତ୍ୟ ଅନୁଷ୍ଠାନ ବଲାଙ୍ଗିର ତରଫରୁ “ନାରୀ ପ୍ରତିଭା ସମ୍ମାନ -୨୦୨୨” ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ତେଜସ୍ୱିନୀ ସାହିତ୍ୟ ଅନୁଷ୍ଠାନ ବଲାଙ୍ଗିର ତରଫରୁ “ନାରୀ ପ୍ରତିଭା ସମ୍ମାନ -୨୦୨୨” ସରୋଜିନୀ ରେସିଡେନ୍ସିରେ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା ଭାବରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ଗାଳ୍ପିକା ଗାୟତ୍ରୀ ସରାଫ, ସମ୍ମାନିତ ଅତିଥି ଭାବରେ “ପହରା”ରା ମୁଖ୍ୟ ସମ୍ପାଦିକା ପଲ୍ଲବୀ ହୋତା, ତେଜସ୍ୱିନୀର ପ୍ରତିଷ୍ଠାତା ତଥା ସମ୍ପାଦିକା ଲିଲି ପଟେଲ ପ୍ରମୁଖ ମଞ୍ଚାସୀନ ଥିଲେ । ଅନୁଷ୍ଠାନର ସଭାପତି ରାମଚନ୍ଦ୍ର ପଟେଲ ସ୍ୱାଗତ ଭାଷଣ ଦେଇଥିଲେ । ଏହି ସମାରୋହରେ ସାହିତ୍ୟ, କଳା ଓ ସମାଜସେବା ପାଇଁ ବିଭିନ୍ନ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଡ. ଜ୍ୟୋତିର୍ମୟୀ ସାହୁ, ସୁଜାତା ନାଏକ, ସାବିତ୍ରୀ ସାହୁ, ଜ୍ୟୋତ୍ସ୍ନା ଦାସ, ଜ୍ୟୋତିରାଣୀ ମିଶ୍ର, କବିତା ମିଶ୍ର, ଜ୍ୟୋତ୍ସ୍ନା ରାଣୀ ଭୋଇ, ସଂଯୁକ୍ତା ପରିଛାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆଶ୍ମି ମିଶ୍ର, ସାଞ୍ଚି ସିଂଙ୍କୁ ଶିଶୁ ପ୍ରତିଭା ସମ୍ମାନ ଓ ସୁହିତା ସଲୋନି ପଟେଲଙ୍କୁ ବହୁମୁଖୀ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା । ସମାଜସେବା ପାଇଁ ନାରୀଶକ୍ତି ଫାଉଣ୍ଡେସନ, ମାହେଶ୍ୱରୀ ମହିଳା ଶାଖା ଓ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ସଂଗଠନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସୁଶାନ୍ତ ପଟେଲ, ଜଗବନ୍ଧୁ ପଟେଲ, ରାଜକିଶୋର ନାଏକ, ସୋମନାଥ ମିଶ୍ର, ମିତା ରାଉତ, ନୂତନ ନାୟକ, ଲିଲା ରାଉତ, ରଶ୍ମିତା ସାଏ, ରଞ୍ଜିତା ପାଣିଗ୍ରାହୀ, ରଶ୍ମିରେଖା ଦାନୀବିଜୁଲତା ପଟେଲ, ସୁଦେଷ୍ଣା ରାଉତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସାହାଯ୍ୟ କରିଥିଲେ । ସଭା ଶେଷରେ ଅନୁଷ୍ଠାନର ଉପଦେଷ୍ଟା ହେମନ୍ତ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.