ଅଳିଆ ଆବର୍ଜନାର ସହର ପାଲଟିଛି ପାଇକମାଲ : ଅବହେଳିତ ନୃସିଂହନାଥ ପୀଠ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ସଦର ଗ୍ରାମ ରାଜ୍ୟ ତଥା ରାଜ୍ୟ ବାହାରେ ଏକ ଚୀର ପରିଚିତ ନାମ କାରଣ ଏହି ସହର ସହ ଯୋଡ଼ି ହୋଇ ରହିଛି ପଶ୍ଚିମ ଓଡ଼ିଶାର ଅନନ୍ୟ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର । ଏହି ଅନନ୍ୟ ପର୍ଯ୍ୟଟନସ୍ଥଳୀକୁ ନିତିଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ଶହ ଶହ ପର୍ଯ୍ୟଟକ ଆସିଥାନ୍ତି । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ନିମନ୍ତେ ପାଇକମାଲ ସହର ସ୍ୱଚ୍ଛ ତଥା ସୁନ୍ଦର ହେବା କଥା କିନ୍ତୁ ଏହାର ସମ୍ପୂର୍ଣ୍ଣ ଓଲଟା ହୋଇ ଅଳିଆ ଆବର୍ଜନା ପୂର୍ଣ୍ଣ ଦେଖିବାକୁ ମିଳେ ପାଇକମାଲ ଠାରେ ଯାହା ଦ୍ୱାରା ପବିତ୍ର ନୃସିଂହନାଥ ମନ୍ଦିରକୁ ଆସୁଥିବା ପର୍ଯ୍ୟଟକମାନଙ୍କ ଆଖିରେ ସ୍ଥାନୀୟ ଲୋକମାନେ ଲଜ୍ଜିତ ଅନୁଭବ କରନ୍ତି । ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହୁଏ ଯେ ଯଦି ଏହିଭଳି ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ତୀର୍ଥସ୍ଥଳୀ ଯଦି ଓଡ଼ିଶାର ପୂର୍ବାଂଚଳରେ ଥାନ୍ତା ତେବେ ଏଭଳି ଅବହେଳିତ ହୋଇ ରହି ନ ଥାନ୍ତା । ପାଇକମାଲ ସହରର ବିଭିନ୍ନ ଜାଗାରେ ଅଲିଆ ଆବର୍ଜନା ପୁରି ରହିଛି ଯାହାକୁ ଦେଖି ମଧ୍ୟ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିଦାବିଷ୍ଣୁ ସାଜିଛନ୍ତି ବୋଲି ଆଲୋଚନା ହେଉଛି । ପାଇକମାଲ ମୁଖ୍ୟ ଛକ ଠାରୁ ନୃସିଂହନାଥ ମନ୍ଦିର ଯିବା ପାଇଁ ଷ୍ଟ୍ରିଟ ଲାଇଟ ନ ଥିବାରୁ ସନ୍ଧ୍ୟାବେଳେ ଲୋକେ ଏହିରା ସ୍ତାରେ ଯିବାକୁ ଭୟ କରନ୍ତି, ପାଇକମାଲ ସହର ମଧ୍ୟରେ ବି ଷ୍ଟ୍ରିଟ ଲାଇଟ ନ ଥିବାରୁ ଲୋକମାନେ ସମାନ ଅସୁବିଧା ଭୋଗୁଛନ୍ତି ବୋଲି ଅଭିଯୋଗ ହେଉଛି । ବିଭିନ୍ନ ସମୟରେ ଓଡ଼ିଶା ସରକାର ଲୋକଙ୍କୁ ଭୁଆଁ ବୁଲେଇ ନୃସିଂହନାଥ ମନ୍ଦିରରେ ଉନ୍ନତି ହେବ ବୋଲି ଆଶ୍ୱାସନା ଦେଇଆସୁଛନ୍ତି କିନ୍ତୁ କେବଳ କାଗଜପତ୍ରରେ ତାହା ସୀମିତ ହୋଇ ରହିଛି ଯାହାଦ୍ୱାରା ଆଗାମୀ ଦିନରେ ଲୋକଙ୍କ ମନରେ ଆନ୍ଦୋଳନ କରିବା ନିମନ୍ତେ ଦାନା ବାନ୍ଧୁଛି ବୋଲି ଚଚ୍ଚା ହେଉଛି ।

Leave A Reply

Your email address will not be published.